ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଂଚାୟତ ରାଣୀସାହି ଗ୍ରାମର ଘାଟି ତଳୁ ଏକ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଛି। ସୂଚନା ମତେ ରାଣୀ ସାହି ଗ୍ରାମର କରୁଣାକର ନାୟକ (୬୮ ) ଗତ ୧୮  ତାରିଖ ଦିନ ଗ୍ରାମ ପଞ୍ଚାୟତ କୁ ଭତା ପାଇଁ ଆସିଥିଲା। ଭତ୍ତା ଧରି ଆଉ ଘରକୁ ଫେରି ନ ଥିଲେ।

ସଂଧ୍ୟା ହେବାରୁ ପୁଅ ଚିତ୍ତ ରଞ୍ଜନ ନାୟକ ସବୁଆଡ଼େ ଖୋଜା ଖୋଜି କରି ପାଇନଥିଲେ। ପରେ ସକାଳୁ ଚିତ୍ତ ରଞ୍ଜନ ବେହେରା ବାପା ଙ୍କୁ ଖୋଜିବା ପାଇଁ ଆସିଥିବା ସମୟରେ ଘାଟି ତଳୁ ବାପା ଙ୍କ ମୃତ ଦେହ ଦେଖିବାକୁ ପାଇ ଥିଲା। ଏବଂ ହରଭଙ୍ଗା ଥାନାରେ ବାପା ଙ୍କ ମୃତ୍ୟୁ କୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ହରଭଙ୍ଗା ଥାନା ଅଧିକାରୀ ନଳିନୀ କାନ୍ତ ଦାସ ଓ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଓ ସାଇଣ୍ଟଫିକ୍ ଟିମ କୁ ଖବର ଦେଇଥିଲେ।

ପର ଦିନ ସାଇଣ୍ଟଫିକ୍ ଟିମ ଓ ହରଭଙ୍ଗା ପୋଲିସ୍ ଙ୍କ ମିଳିତ ଭାବେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରିବା ସହିତ ମୃତ ଶରୀର କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ। ପ୍ରାଥମିକ ସୂତ୍ରରୁ ଏହା ଏକ ଶୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଗୁଜବ ଅଞ୍ଚଳ ରେ ଗୁଜବ ଉଠୁଥିବା ବେଳେ ଶବ ବ୍ୟବଚ୍ଛେଦ ଓ ସାଇଣ୍ଟଫିକ୍ ଟିମ ର ତଥ୍ୟ ଆସିବା ପରେ ଏହା ହତ୍ୟା ନା ଅନ୍ୟ କିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।