ହରଭଙ୍ଗା: ( ଚିତ୍ତରଞ୍ଜନ ସିଂହ) ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ୩  ଦିନ ଧରି ଚାଲିଥିବା ଅନୁଷ୍ଠାନ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ୩୦୦  ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କ୍ରୀଡା ରେ ଦୌଡ଼,ସର୍ଟ ଫୁଟ୍,ଡିସ୍କସ ଥ୍ରୋ, ଜାଭାଲିଙ୍କ ଥ୍ରୋ, ଲମ୍ବା ଡିଆ, କବାଡ଼ି, କ୍ରିକେଟ ଆଦି ପ୍ରତିଯୋଗୀତା ହୋଇଥିଲା ।

ସାଂସ୍କୃତିକ ପ୍ରତିଯୋଗିତା ରେ ଓଡ଼ିଆ, ଇଂରାଜୀ ତର୍କ ପ୍ରତିଯୋଗିତା, କବିତା ପାଠୋତ୍ସବ, ସଙ୍ଗୀତ, ନୃତ୍ୟ ଇତ୍ୟାଦି ଓ ଚିତ୍ରାଙ୍କନ, ସୃଜନଶୀଳ ଲିଖନ ଆଦି ହୋଇଥିଲା। ଏହି ପ୍ରତିଯୋଗିତା କୁ କ୍ରୀଡା ଶିକ୍ଷକ ମଧୁସୂଦନ ବେହେରା, ଅଧ୍ୟାପିକା ଶୁଭ୍ରା ମଲିକ ପ୍ରଧାନ , ପୀତବାସ ମେହେର, ରଞ୍ଜିତ କୁମାର ସାମଲ,ସୁରେଶ୍ୱର ଯୋଶୀ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଅଧ୍ୟାପକ ଡ ପ୍ରମୋଦ କୁମାର ମହାପାତ୍ର, ଲଲିତ ମେହେର, ପୂଜାରାଣୀ ଦେଓ, ଡଲି ବେହେରା, ଅଶୋକ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ରମେଶ ଚନ୍ଦ୍ର ତାରେଣୀଆ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ବିଶ୍ଵ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ।