ବୌଦ୍ଧ:୨୦/୦୯ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ବୁଧବାର ସକାଳ ୮.୧୫ ସମୟରେ ନବାନ୍ନ ଲାଗି କରାଯାଇଛି l ଏହି ଅବସରରେ ଏକ ସାଙ୍ଗରେ ଶତାଧିକ ଭକ୍ତ ନବାନ୍ନ ଭୋଗ ଗ୍ରହଣ କରିଛନ୍ତି l ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ନୂଆଖାଇ ଅବସରରେ ଆଜି ସମଗ୍ର ବୌଦ୍ଧ ଜିଲ୍ଳା ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି ।

ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଧାର୍ଯ୍ୟ ଲଗ୍ନ ରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରେ ପୁଜା କରି ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୁଜକ ଗୌରି ପ୍ରସାଦ ବଡମାଳି , ପାଳିଆ ପୂଜକ ହରିହର ବଡମାଳି ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ପାର୍ଶ୍ୱ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ଦିର ଚୁଡାରେ ନୂତନ ଧ୍ବଜା ଲାଗିଥିଲା l

ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ଦେବୀଙ୍କ ନବାନ୍ନ ସେବନ କରିଥିଲେ । ପୁଜା କାର୍ଯ୍ୟ ରେ ବିଭୂତି ଭୂଷଣ ବଡମାଳି , ସାନନ୍ଦ ବଡମାଳି, ତରଣୀ ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି, ରାଜୁ ବଡମାଳି ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଅମର ସାହୁ, ସମ୍ପଦ ଅଗ୍ରୱାଲ, ଶମ୍ଭୁ ମହାକୁଳ, ହରେଷ ନାୟକ, ଆଲୋକ ମହାପାତ୍ର, ଫକୀର ଘଡେଇ ଙ୍କ ସମତେ ଅନ୍ୟମାନେ ପରିଚାଳନା କରିଥିଲେ l ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ବିଜୟ ମିଶ୍ର , ଗଣମାଧ୍ୟମ ପ୍ରତିନିଧି ଓ ଶତାଧିକ ଭକ୍ତ ସାମିଲ ହୋଇଥିଲେ ।

ADVT