ହରଭଙ୍ଗା :୨୦/୦୯ (ଚିତ୍ତରଞ୍ଜନ ସିଂହ)କୃଷି ଭିତ୍ତିକ ଗଣ ପର୍ବ ପଶ୍ଚିମ ଓଡିଶା ନୁଆଁଖାଇ ପର୍ବ ଆଜି ପଶ୍ଚିମ ଓଡ଼ିଶାରେ ମହା ଧୂମଧାମ ରେ ପାଳିତ ହେଉଛି!ପ୍ରଥମ ନୁଆଁ ଧାନ କୁ ଆଣି ଇଷ୍ଟ ଦେବି ଙ୍କ ପାଖରେ ଲାଗିହେଲା ପରେ ଘରେ ନୂଆଖିଆ ହୋଇଥାଏ!

ସେହିପରି ନୁଆଁଖାଇ ଅବସରରେ ହରଭଙ୍ଗା ବ୍ଲକ କୋଇଲିସୂତା ଗ୍ରାମରେ ନୁଆଁଖାଇ ପର୍ବ ଗ୍ରାମର ଇଷ୍ଟଦେବୀ ମା ପୀତବାଳି ଙ୍କ ପାଖରେ ଦିନ ୧ ଘଣ୍ଟl ସମୟରେ ଲାଗି ହୋଇଛି!ପରେ ଘରେ ଘରେ ସମସ୍ତେ ନୁଆଁ ଖାଇଥିବାର ଦେଖିବାକୁ ମିଳିଛି!

ନୁଆଁ ଖାଇ ସାରିବା ପରେ ବୟସ ଅନୁଯାଇ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇଥିବା ନିଆରା ପରମ୍ପରା ଦେଖିବାକୁ ମିଳିଥିଲା!ସେହିଭଳି ବ୍ଲକ ର ହରଭଙ୍ଗା, ସୁରୁଣ୍ଡି, ଅଯୋଧ୍ୟା,କୁସଙ୍ଗ, କୁମାରୀ, ଅତଲସରା, ମାରଡ଼ା ବିରାମଚନ୍ଦ୍ରପୁର, ସରସରା ଆଦି ବିଭିନ୍ନ ଗ୍ରାମଦେବା ଦେବି ଙ୍କ ପୀଠରେ ଏହି ନୁଆଁଖାଇ ପର୍ବ ପାଳିତ ହୋଇଥିବା ଦେଖିବାକୁ ମିଳିଛି!

ADVT