କେସିଙ୍ଗା:(ପ୍ରିତେଶ ପଟେଲ୍)କେସିଙ୍ଗା ଜାତୀୟ ରାହାପଥ ଜୋଲୋକ ବ୍ରିଜ ଦୁଇ ପାର୍ଶ୍ଵ ରେ ଥିବା ବଡ଼ ବଡ଼ ହମ୍ବସ ଲକୋଙ୍କୁ ଦୁର୍ଘଟଣା ରେ ପକାଇ ମୃତ୍ୟୁ ମୁଖରେ ପକାଉଛି।ପ୍ରକାଶ ଯେ ଏହି ବ୍ରିଜ ମରାମତି ସମୟରେ ବ୍ରିଜ ର ଦୁଇ ପଟୁ ଗାଡି ଦ୍ରୁତ ଗତିରେ ନ ଯିବା ପାଇଁ ଦୁଇଟି ହମ୍ବସ କରାଯାଇଥିଲା।ହେଲେ କାର୍ଯ୍ୟ ସାରି ୩ ମାସ ହେଲାଣି ଅଥଚ ସେହି ହମ୍ବସ କୁ ଭଙ୍ଗାଯାଇ ନାହଁ।

ଏତେବଡ଼ ହମ୍ବସ ସାଙ୍ଗକୁ ଅନ୍ଧାର ପାଇଁ ଲୋକେ ଦୁର୍ଘଟଣା ରେ ପଡୁଛନ୍ତି।ଅଧିକାଂଶ ଦିନ ଲୋକେ ଦୁର୍ଘଟଣା ରେ ପଡି ଗୁରୁତର ହେଉଛନ୍ତି।ବିଶେଷ କରି ବାଇକ ଆରୋହି ମାନେ ଏହି ଦୁର୍ଘଟଣା ର ଶୀକାର ହେଉଛନ୍ତି ଏଥିରେ ବହୁ ସଂଖ୍ୟାରେ ମହିଳା ରହିଛନ୍ତି।ବାଇକ ପଛରେ ବସିଥିବା ମହିଳା ଏଠି ପଡି ଯାଉଛନ୍ତି।୪ ଚକିଆ ଯାନ ଯିବା ବି କଷ୍ଟକର ହୋଇ ପଡୁଛି।

ଗୋଟିଏ ପଟେ ଟ୍ରାଫିକ ପାଇଁ ଦିନ ବେଳେ ଏହି ପାଖରେ ଭାରୀ ଯାନ ର ଲମ୍ବା ଲାଇନ ଓ ଅନ୍ୟପଟେ ଏହି ହମ୍ବସ ଲକୋଙ୍କ ଜୀବନ କୁ ମୃତ୍ୟୁ ମୁଖ କୁ ଠେଲିଦେଇଉଛି।ଜାତୀୟ ରାଜପଥ ବିଭାଗ ଏହା ଜାଣିଲେ ବି ନ ଜାଣିଲା ଭଳିଆ ରହୁଛି।ଲକୋଙ୍କ ଜୀବନ ଶହ ଖେଳ ଖେଳୁଥିବା ରୁ ଶୀଘ୍ର ଏହି ହମ୍ବସ ନ ହଟାଇଲେ ବିଭାଗ ନାରେ ଏକ ମାମଲା ରୁଜୁ କରାଯିବ ବୋଲି ସାମ୍ବାଦିକ ମହାସଙ୍ଘ ଚେତାବନୀ ଦେଇଛି।ନିୟମ ଅନୁଯାୟୀ ରାଜପଥ ରେ ହମ୍ବସ ନ ରହିବା ପାଇଁ ନିର୍ଦ୍ଦେଶ ରହିଛି।ହେଲେ ଏହି ଆଇନ କୁ ବି ବିଭାଗ ମାନୁ ନାହିଁ।