 
									ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ମୁର୍ମୁ ଛକ ନିକଟରେ ୧୯୮୬ ମସିହାଠାରୁ ସାର୍ବଜନୀନ କୁଚେଇବୁଢୀ ମା ଜଗଦ୍ଧାତ୍ରୀ ପୂଜା କମିଟୀ ଆନୁକୂଲ୍ଯରେ ମା ଜଗଦ୍ଧାତ୍ରୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି I

୨୯ ତାରିଖ ବୁଧବାର ଦିନ ମା ଜଗଦ୍ଧାତ୍ରୀଙ୍କର ଘଟ ଉତ୍ତୋଳନ ହେବା ପରେ ପୂଜାମଣ୍ଡପକୁ ନବପତ୍ରିକା ପ୍ରବେଶ, ମାଙ୍କର ମହାସ୍ନାନ, ଚକ୍ଷୁଦାନ, ଉପଚାର ପୂଜା, ସପ୍ତମୀ ପୂଜା, ଚଣ୍ଡୀ ପାଠ, ହୋମ ଓ ପୁଷ୍ପାଞ୍ଜଳି, ୩୦ ତାରିଖ ଗୁରୁବାର ଦିନ ମାଜଗଦ୍ଧାତ୍ରୀଙ୍କର ଅଷ୍ଟମୀ ବିହୀତ ପୂଜାରମ୍ଭ, ମହାସ୍ନାନ,ଚଣ୍ଡୀପାଠ, ହୋମ ଓ ପୁଷ୍ପାଞ୍ଜଳି, ସଂନ୍ଧ୍ଯା ସମୟେ ସନ୍ଧିପୂଜା ପରେ ମାଙ୍କର ଆରତୀ, ୩୧ ତାରିଖ ଶୁକ୍ରବାର ଦିନ ଅଳାଁ ନବମୀରେ ମା ଜଗଦ୍ଧାତ୍ରୀଙ୍କର ନବମୀ ବିହୀତ ପୂଜାରମ୍ଭ, ମହାସ୍ନାନ, ଉପଚାର ପୂଜା, ଚଣ୍ଡୀ ପାଠ, ହୋମ, ଆରତୀ ଏବଂ ପୁଷ୍ପାଞ୍ଜଳି ଓ ୧ ତାରିଖ ଶନିବାର ଦିନ ମାଙ୍କର ଦଶମୀ ବିହୀତ ପୂଜାରମ୍ଭ, ମହାସ୍ନାନ, ଅପରାଜିତା ପୂଜା ଓ ବିସର୍ଜନ ପୁଜା ହେବ ବୋଲି କମିଟୀ ପକ୍ଷରୁ ସୂଚନା ମିଳିଛି I

ଏହି ପୂଜା କର୍ମକାଣ୍ଡରେ ମୁଖ୍ଯ ପୁରୋହିତ ବିଦ୍ୱାନ ଜନରଂଜନ ଦାଶ,ବ୍ରାହ୍ମଣ ଟିକୁ ହୋତା ଓ କର୍ତ୍ତାକର୍ତ୍ତୀ ମନ୍ମଥ ମହାପାତ୍ର ( ପପୁ) ଓ ସପତ୍ନୀକ ମା ଜଗଦ୍ଧାତ୍ରୀଙ୍କ ନିକଟରେ ଉପବେସନ କରି ଯଥାବିଧି ପୂଜାକର୍ମାଣି ସମ୍ପାଦିତ ହୋଇଥିଲା I କମିଟୀ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ ସହିତ ସାଂସ୍କୁତିକ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା I ଏହାକୁ ଦେଖିବାକୁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଭକ୍ତମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା I

ଏଥିରେ କମିଟୀ ର ସଭାପତି ବିଶ୍ବଜିତ ପଣ୍ଡା (ଟନି), ଉପସଭାପତି ସରୋଜ କୁମାର ମହାନ୍ତ, ସମ୍ପାଦକ ସାନୁ ମହାନ୍ତ, ରକି ବୈଠା, ସହସମ୍ପାଦକ ସତ୍ଯମ ମହାନ୍ତ, ଉଦିତ ରଂଜନ ଦାସ, ରାହୁଲ ପାଲ, କୋଷାଧକ୍ଷ ସାହିଲ ମହାନ୍ତି (ସିତୁଲ) ଶ୍ରୀତମ ମହାନ୍ତି, ଉପଦେଷ୍ଟା ରାଜକିଶୋର ମହାପାତ୍ର, ଭାନୁଚରଣ ଦାସ, ଦେବବ୍ରତ ମହାନ୍ତି, ମାନଗୋବିନ୍ଦ ମହାନ୍ତ, ଧନଗୋବିନ୍ଦ ମହାନ୍ତ, ଅଶୋକ କୁମାର ନାଗ ଓ ଦୀପକ କୁମାର ସ୍ବାଇଁ ତଥା କାର୍ଯ୍ଯକାରୀସଦସ୍ଯଗଣ ପରିଚାଳନାରେ ସହଯୋଗ କରିଥିଲେ I
 
									
 
					