ଭୁବନେଶ୍ୱର ;୧୨/୦୯(ପାୟଲ ରାଉତ )ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ୟୁନିଟ-୮, ଭୁବନେଶ୍ୱର ଠାରେ ଭୁବନେଶ୍ୱର ବ୍ଲକ୍ ର କ୍ରୀଡ଼ା ଶିକ୍ଷକ ମାନଙ୍କ ଙ୍କ ଦ୍ଵାରା ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି। ଏହି ସଭା ରେ ଭୁବନେଶ୍ୱର ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ରାଉତ, ଆସିଷ୍ଟାଣ୍ଟ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବ୍ଲକ୍ ର ନୂତନ ସେକ୍ରେଟାରୀ ରୂପେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ ଙ୍କୁ ମନୋନୀତ କରା ଯାଇଛି, ଆସିଷ୍ଟାଣ୍ଟ ସେକ୍ରେଟାରୀ ରୂପେ ତୁଷାର କାନ୍ତ ପ୍ରଧାନ ଙ୍କୁ ମୋନୋନିତ କରାଯାଇଛି

ଏହା ସହ ସଭର ମୁଖ୍ୟ ବୈଶିଷ୍ଟ୍ୟ ରୂପେ ପିଲା ମାନଙ୍କ ର କ୍ରୀଡ଼ା କୁ ନେଇ ଥିବା ଭଲ ପାଇବା ଏବଂ ଆଗକୁ ପିଲା ମାନଙ୍କ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ କିଭଳି ପିଲା ମାନଙ୍କୁ ଆଉ ଅଧିକ ପ୍ରେରିତ କରିବ କ୍ରୀଡ଼ା ପାଇଁ ସେହି ଉପରେ ଚର୍ଚ୍ଚା ହୋଇଥିଲା। ଏହା ପରେ କ୍ରୀଡ଼ା ଶିକ୍ଷକ ମାନେ କ୍ରୀଡ଼ା ସଂଗଠନ ତରଫରୁ ରୁ ନୂତନ ରୂପେ ମନୋନୀତ ହୋଇଥିବା ନୂତନ କ୍ରୀଡ଼ା ସେକ୍ରେଟାରୀ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରୀ ଙ୍କୁ ସମ୍ମାନିତ କରା ଯାଇଅଛି ଏବଂ ଦଧିବାବନ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରାଉତ ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଅଛି।