କେସିଙ୍ଗା; ( ପ୍ରୀତେଶ ପଟେଲ)ଗେଟ୍ ରେ ପଡ଼ିଛି ତାଲା ,ଦ୍ବାର ମୁହଁରେ ପଡି ରହିଛି ମୃତ ଦେହ ।ଶାଶୁ ଶଶୁର ଫେରାର ଥିବା ବେଳେ ସ୍ବାମୀ ଅଛି ଥାନାରେ ,ମା ପାଖରେ ବୁଲୁଛି 8 ମାସର ଶିଶୁ ପୁତ୍ର ,ଛୋଟ ନିଷ୍ପାପ ଛୁଆ ବା କି ଜାଣିଚି ତା ମାଆ ଆଉ ଏ ଦୁନିଆରେ ନାହିଁ ,ଚାଲି ଯାଇଛି ଅଫେରା ଦୁନିଆ କୁ ।
ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ୍ ଭମର ମାଲ୍ ଗ୍ରାମରେ ।

ଗତ କାଲି ଭମର ମାଲ୍ ର ଜଗନ୍ନାଥ ସାହୁଙ୍କୁ ସ୍ତ୍ରୀ କ୍ଷୀର ବତି ସାହୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ ରେ ମୃତ୍ୟୁ ବରଣ କରିଥିଲେ ।ଶଶୁର ଘର ଲୋକେ ବୋହୂ ବିସ ପି ଆତ୍ମ ହତ୍ୟା କରିଥିବା କହୁଥିବା ବେଳେ ବାପ ଘର ଲୋକେ ଝିଅ କୁ ବିଷ ପିଆଇ ମାରି ଦେଇଥିବା ଅଭିଯୋଗ କରିଥିଲେ ।ଏହି ଘଟଣା ପରେ ସ୍ଵାମୀ ଜଗନ୍ନାଥ କୁ ପୋଲିସ ଗିରଫ କରିବା ପରେ ଶାଶୁ ଶଶୁର ଫେରାର ହୋଇଯାଇଥିବା ବେଳେ ପୋଲିସ ସାହାର୍ଯ୍ୟ ରେ ସବ କୁ ଭବାନୀ ପାଟନା ଠାରୁ ଭମର ମାଲ୍ କୁ ଅଣାଯାଇଥିଲା ।ହେଲେ ଘରେ କେହି ନାହାନ୍ତି ସବ ସତ୍କାର କରିବ କିଏ ,ଫେରାର ଥିବା ଶାଶୁ ଶଶୁର ଙ୍କୁ ଶୀଘ୍ର ଗିରଫ କରିବା ସହ ସେମାନଙ୍କ ଉପସ୍ଥିତି ରେ ଦେଇଥିବା ଜାନି ଯୌତୁକ କୁ ଫେରାଇ ଦେବା ଜିଦ୍ କରି ଜଗନ୍ନାଥ ଙ୍କ ଘର ସାମ୍ନାରେ ରାତି ତମାମ କ୍ଷୀର ବତି ଙ୍କ ଶବକୁ ପକାଇରଖିଲେ ବାପ ଘର ଲୋକେ ।

ଅଞ୍ଚଳ ରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ସକାଳୁ ଘଟଣା ସ୍ଥଳରେ କେସିଙ୍ଗା ଏସ୍ ଡି ପି ଓ ଏବଂ ଆଇ ଆଇ ସି ନିଜ ଦଳ ବଳ ସହ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ସ୍ବାମୀ ଜଗନ୍ନାଥ ଙ୍କ ଉପସ୍ଥିତିରେ କ୍ଷୀର ବତି ଙ୍କ ପରିବାର ବର୍ଗ ଙ୍କ ସାହାର୍ଯ୍ୟରେ ଆଣିଥିବା ଯୌତୁକ ଘରୁ ବାହାରକୁ ଆଣିବା ସହ କ୍ଷୀର ବତି ଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ ।

ଏହି ଘଟଣା ଗୋଟାଏ କଥା ଲୋକଙ୍କ ମନରେ ଉଙ୍କି ମାରୁଥାଏ ପଡିରହିଥିବା ଝିଅ ର ସବ ସତ୍କାର ବଡ଼ ନା ଝିଅ କୁ ଦେଇଥିବା ଯୌତୁକ ବଡ଼ ।ପଡିରହିଥିବା ଝିଅ ର ଆତ୍ମା ଭାବୁଥିବ ମୋ ସବ ସତ୍କାର କରି ସରିଲା ପରେ କଣ ଯୌତୁକ କାଢି ଥିଲେ ହୋଇ ନଥାନ୍ତା ,ଏହା କି ପ୍ରକାର ର ଆତ୍ମୀୟତା ମୋ ଶବକୁ ରାତି ତମାମ ପକାଇ ରଖିଲ ତା ପରେ ପୁଣି ଗୋଟିଏ ଦିନ ପକାଇ ରଖିଲ ,ମୋ ଶାଶୁ ଘର ଲୋକେ ମାରି ଦେଲେ ହେଲେ ତମେ ମରି ପଡ଼ିଥିବା ଶବକୁ ଏକଟିଆ ଛାଡ଼ି ଦେଇ ଯୌତୁକ ପଛରେ ଧାଇଁଲ । ଏହା କଣ ସବ କୁ ସମ୍ମାନ ,ଏହା କଣ ମାନବିକତା ?