ନୂଆପଡ଼ା;ଭାରତ ସ୍ୱାଧୀନ ହେଲା ପରଠୁ ଆମେ ଅନେକ ପ୍ରଶାସନିକ ଅଧିକାରୀ ଙ୍କୁ ସିନାପାଲି ବିଡ଼ିଓ ଭାବରେ ଅବସ୍ଥାପିତ ହୋଇଥିବା ଦେଖିଛୁଁ, ହେଲେ ଏମିତି ବିଡ଼ିଓ କେବେ  ଦେଖିନୁ । ବର୍ତ୍ତମାନ ସିନାପାଲି ବିଡ଼ିଓ ଅନ୍ୟ ସାଧାରଣ ଲୋକ ଓ ରାଜନେତା  ତଥା ପ୍ରଶାସନିକ ଅଧିକାରୀ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l ସେ ଯେମିତି କାମ କରିଛନ୍ତି ଆପଣମାନେ ଜାଣିଲେ ଚମକି ପଡ଼ିବେ । ସେ ହେଉଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଡ଼ିଓ ମେଡମ କର୍ମି ଓରାମ ।

ସିନାପାଲି ଗ୍ରାମ ପଞ୍ଚାୟତର ସଦର ସିନାପାଲି ରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ପଂଚାୟତକୁ ବିଡ଼ିଓ ଶ୍ରୀମତି ଓରାମ୍ ଆସିଥିଲେ । ତାଙ୍କ ସହ ବ୍ଲକ ସ୍ତରୀୟ ଅନ୍ୟ ପ୍ରଶାସନିକ୍ ଅଧିକାରୀ ଓ ରାଜନୈତିକ ଦଳର ବ୍ୟକ୍ତି ମାନେ ମଧ୍ୟ ଆସିଥିଲେ । ଏହି କାର୍ଯ୍ୟକ୍ରମ କୁ ଗାଁ ର ଅନେକ ଲୋକ ମଧ୍ୟ ଆସିଥିଲେ ଏବଂ ସିନାପାଲି ଗାଁରେ ଦେଖା ଦେଉଥିବା ବିଭିନ୍ନ ଅସୁବିଧା ଗୁଡିକୁ ପ୍ରଶାସନିକ ଅଧିକାରୀ ତଥା ବିଡ଼ିଓ ମହୋଦୟା ଙ୍କ ପାଖରେ   ଲୋକ ଅଭିଯୋଗ  କରି ଥିଲେ । ବସଷ୍ଟାଣ୍ଡ୍ ଅଞ୍ଚଳ ର କିଛି ଲୋକ ଗାଁରେ ଥିବା ଡ୍ରେନ୍ର ଅବ୍ୟବସ୍ଥା ଲାଗି ଓ ଡ୍ରେନ ସଫା କରାଯାଉ ନ ଥିବା ଅଭିଯୋଗ କରିବା ସାଙ୍ଗେ ଏଥିପାଇଁ ବ୍ଲକ ଓ ଗ୍ରାମ ପଂଚାୟତ ର ପ୍ରସାଶନକୁ ନିନ୍ଦା ବି କରିଥିଲେ ।

ଲୋକଙ୍କ ଏଭଳି ଅଭିଯୋଗ ଓ ପ୍ରତିକ୍ରିୟା ଶିଳ ସ୍ଥିତିକୁ ଦେଖି ପ୍ରକୃତ ଘଟଣା ସମ୍ପର୍କରେ ଜାଣିବା ପାଇଁ ବିଡ଼ିଓ ମହୋଦୟା  ସାଙ୍ଗେସାଙ୍ଗେ ଲୋକଙ୍କ ସହ ଯାଇ ଅସୁବିଧା ବିଷୟରେ ଜାଣିବାକୁ ଚାହେଁଲେ ଏବଂ ସେହି ସ୍ଥାନକୁ ଦେଖିବାକୁ ଯାଇ ଦେଖିଲେ  ଯେ,ସତରେ ଡ୍ରେନ ରେ ଅଲିଆ, ଆବର୍ଜନା ଭରିକି ରହିଛି ଓ  ଡ୍ରେନ ସଫା  ହୋଇ ନ ପାରି ପାଣି ଜମି ରହି ରାସ୍ତାରେ ବୋହି ଯାଇ ଅସୁବିଧା ସୃଷ୍ଟି କରୁଛି । ଡ୍ରେନ ର ଏଭଳି ସ୍ଥିତି ଦେଖି  ବିଡ଼ିଓ ମାଡ଼ାମ ନିଜେ ଡ୍ରେନ ରୁ ଅଳିଆ ଆବର୍ଜନା ନିଜ ହାତରେ ବିନା ଗ୍ଲୋବରେ ବାହାର କରିବାକୁ ଲାଗିଲେ l

ଏଠାରେ ଦେଖନ୍ତୁ ସମ୍ପୂର୍ଣ ଭିଡିଓ 

ଡ୍ରେନର ରହି ଥିବା ଅଳିଆ ଆବର୍ଜନା କୁ ସ୍ୱୟଂ ନିଜେ ବିଡ଼ିଓ ମହୋଦୟା ସଫା କରୁଥିବା ବେଳେ ତାଙ୍କ ସହିତ ଥିବା କିଛି ଅଧିକାରୀ ବିଡ଼ିଓ ଙ୍କୁ ଏଭଳି କାମ ନ କରିବାକୁ ବାରଣ କରୁଥିବା ବେଳେ ବିଡ଼ିଓ ଡ୍ରେନର ଅଳିଆ ଆବର୍ଜନା ଗୁଡିକୁ ସଫା କରି ଚାଲୁଥିଲେ l ଏଠାରେ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ଯେ ସ୍ୱୟଂ ବିଡ଼ିଓ ଡ୍ରେନର ଅଳିଆ ଆବର୍ଜନା ସଫା କରୁଥିବା ବେଳେ ତାଙ୍କ ଅଧିନସ୍ଥ କର୍ମଚାରୀ ମାନେ ତାଙ୍କୁ ଡ୍ରେନ ସଫା କରିବା କାର୍ଯ୍ୟରେ ସହଯୋଗ କରିବା ବଦଳରେ ସଫା ନ କରିବାକୁ କହୁଥିବା ଦେଖିବାକୁ ମିଳିଥିଲା l  ସିନାପାଲି ବିଡ଼ିଓ କର୍ମୀ ଓରାମ ଙ୍କ ଏଭଳି କାର୍ଯ୍ୟ କୁ ଦେଖି ତାଙ୍କୁ ଅଞ୍ଚଳ ବାସୀ ପ୍ରଶଂସା କରିବା ସହ ବିଡ଼ିଓ ହେଵତ ଏମିତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l