ନୂଆପଡ଼ା ଜିଲ୍ଲା ସିନାପାଲି ସଦର ଗାଁ ରୁ ଗୋଡାଲ ଗାଁ ଯିବା ରାସ୍ତାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ରେ କାମ କରୁଥିବା ଜଣେ ନାବାଳକ ଶ୍ରମିକର ବିଦ୍ୟୁତ ଆଘାତରେ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ସୂଚନାନୁସାରେ ସିନାପାଲି ସ୍ଥିତ ଗୋଡାଲ ଗାଁ କୁ ଯିବା ରାସ୍ତାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ଦୀର୍ଘ ବର୍ଷରୁ ରହିଅଛି l ଏହି ଦୋକାନ ରେ ମୃତକ ନାବାଳକ ଶ୍ରମିକ ଦୀର୍ଘ ଛଅ ସାତ ମାସ ହେବ ଦୋକାନ ରେ କାମ କରିବା ସହିତ ମାଲିକ ଙ୍କ ଅନ୍ୟାନ୍ୟ ଘର କାମ ରେ ମଧ୍ୟ ନିୟୋଜିତ ହେଉଥିଲେ l ସବୁ ଦିନ ଭଳି ଆଜି ମଧ୍ୟ ନାବାଳକ ଶ୍ରମିକ ଦୋକାନ ର କାମ କରିବା ସହ ଘର କାମ କଲା ବେଳେ ଲୁହ ରଡ଼ ନେବା ସମୟରେ ଘର ପାଖରେ ଯାଇଥିବା ବିଦ୍ୟୁତ ସସ୍ପର୍ଶ ଆସି ଯାଇଥିଲେ l

ଯାହା ଫଳରେ ନାବାଳକ ଶ୍ରମିକ ବିଦ୍ୟୁତ ସସ୍ପର୍ଶରେ ଆସି ସେଠାରେ ଟଳି ପଡ଼ିଥିଲେ l ତାଙ୍କୁ ସେଠାରୁ ସିନାପାଲି ଡାକ୍ତରଖାନା ନିଆ ଯାଇଥିଲା ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ମୃତକ ନାବାଳକ ଶ୍ରମିକ ସିନାପାଲି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମର ଧନସେ ହରିଜନ ଙ୍କ ପୁଅ କୁବେର ହରିଜନ (୧୭ବର୍ଷ ) ବୋଲି ଜଣା ପଡିଛି l ଏନେଇ ସିନାପାଲି ଥାନାରେ ଏକ କେଶ ନମ୍ବର 15/01.09.25 ରେ ରୁଜୁ ହୋଇଥିବା ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି l ଶବ ବ୍ୟବଚ୍ଛେଦ ପରେ ଶବ କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି lସୂଚନାନୁସାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ର ମାଲିକ ଅଭିମନ୍ୟୁ ସାହୁ ଜଣେ ପେଶାରେ ଶିକ୍ଷକ ଅଟନ୍ତି l

ସେ ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ବୈଜଳ ଗଡ଼ ହାଇସ୍କୁଲ ରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ସେ ସିନାପାଲି ରେ ଘର କରି ରହି ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ନାମରେ ଏକ ଦୋକାନ କରି ବ୍ୟବସାୟ ମଧ୍ୟ କରୁଥିବା ଅଭିଜୋଗ ହୋଇଛି l ତେବେ ସେ ଜଣେ ନାବାଳକ ଙ୍କୁ କିପରି ଶ୍ରମିକ ଭାବରେ ନିଜ ଦୋକାନ ତଥା ଘର କାମରେ ନିୟୋଜିତ କରୁଥିଲେ ତାହା ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି l ତେଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବା ସହ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ମୃତକ ଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ଉପଜୁକ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି l