କାଶୀପୁର : ୧୯/୭(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବନାଞ୍ଚଳ ରେ ଚଳିତ ଲଗାଣ ବର୍ଷା ର ସୁଯୋଗ ନେଇ କାଠ ମାଫିଆ ଅଞ୍ଚଳ ରେ ପୂରାପୂରି ସକ୍ରିୟ ଥିବା ଦେଖିବାକୁ ମିଳିଥିବାବେଳେ ଦୀର୍ଘଦିନ ର ଅଭିଯୋଗ ପରେ ଆଜି ଯାଞ୍ଚ ସମୟରେ ଅନ୍ୟରାଜ୍ୟ କୁ କାଠ ଚୋରା ଚାଲାଣ କରାଯାଉଥିବା ଏକ ଟ୍ରକ ସମେତ ଡ୍ରାଇଭର ଙ୍କୁ ଅଟକ ରଖିଛି କାଶୀପୁର ବନାଞ୍ଚଳ କାର୍ଯ୍ୟାଳୟ । ପ୍ରକାଶ ଥାଉ କି କାଶୀପୁର ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଓ ସୁଙ୍ଗର ଅଞ୍ଚଳର ପ୍ରାକୃତିକ ଜଙ୍ଗଲ କୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବନ କର୍ମଚାରୀ ଙ୍କୁ ନିୟୋଜିତ କରିଥିବା ସହ ଏକ ” ବିଟ ” ଅଫିସ ର ସ୍ଥାପନ କରାଯାଇଛି ।

କିନ୍ତୁ ଦୁର୍ଭାଗ୍ୟ କର୍ମଚାରୀ ଙ୍କର ଆତ୍ମୀୟତା ହେତୁ ଏକଦା ଘଞ୍ଚ ଜଙ୍ଗଲ ରେ ଥିବା ଉକ୍ତ ଜଙ୍ଗଲ ଆଜି ହାତ ଗଣତି ଗଛ ସୀମିତ ହେଇଯାଇଛି । ଏଭଳି ସ୍ଥିତିରେ ନା ପ୍ରାକୃତିକ ଜଙ୍ଗଲ ସୁରକ୍ଷା ରହୁଛି ନା କୁତ୍ରିମ ଜଙ୍ଗଲ ସୁରକ୍ଷିତ ରହୁଛି। ଏପରିକି କାଠ ମାଫିଆ ଅଞ୍ଚଳର କିଛି ଲୋକଙ୍କୁ ହଟେଇ ସରକାର ଦ୍ୱାର ଆଦିବାସୀ ଙ୍କୁ ସ୍ୱାଭିଲାମ୍ବୀ କରିବା କୁ ଯୋଜନା କରାଯାଇଥିବା କଫି ପ୍ଲାଣ୍ଟେସେନ ର ସମସ୍ତ ସିଲଭର ବୃକ୍ଷ ଲଣ୍ଡା କରିଦେଲେଣି । ବର୍ତ୍ତମାନ ଅଞ୍ଚଳରେ ଏକମାସ କ୍ରମାଗତ ବର୍ଷା ଲାଗିରହିଥିବା ବେଳେ ଧରି ସୁଙ୍ଗର ଓ ଚନ୍ଦ୍ରଗିରି ଅଞ୍ଚଳ ରେ ମାଫିଆ ସକ୍ରିୟ ଥାଇ ନିତିଦିନି ବହୁମୂଲ୍ୟ କାଠ କାଟି ରାଜ୍ୟ ବାହାରେ ଚାଲାଣ ଜାରି ରଖିଥିଲେ ।

ଉକ୍ତ ଅଭିଯୋଗ ବାରମ୍ବାର ହେଉଥିବା ବେଳେ ବିଭାଗ ପକ୍ଷରୁ ଆଜି ସନ୍ଧ୍ୟା ଯାଞ୍ଚ ବେଳେ ବେଆଇନ ଭାବେ ସିଲଭେର କାଠ ବୋଝେଇ ଥିବା ଓଡି୦୨ଜି ୪୧୯୧ ନମ୍ବର ବିଶିଷ୍ଟ ଏକ ଟ୍ରକ ସହ ଜଣେ ଡ୍ରାଇଭର ଙ୍କୁ ଅଟକ ରଖିଥିବା ଜଣାପଡିଛି । ସୁଦୂର ବ୍ରାହ୍ମପୁର ଅଞ୍ଚଳର ନିରଞ୍ଜନ ସ୍ୱାଇଁ ଗାଡି ମାଲିକ ହେଇଥିବାଆବେଳେ ସମ୍ପୃକ୍ତ ଚୋରା ଚାଲାଣ ରାଜ୍ୟ ବାହାରେ କରାଯାଉଥିବା ଜଣାପଡିଛି । ଉକ୍ତ ଯାଞ୍ଚ ସମୟରେ ବିଭାଗ ର ଅନ୍ୟ ମଧ୍ୟରୁ ଶୁଙ୍ଗେର ଓ ଚନ୍ଦ୍ରଗିରି ବନରକ୍ଷୀ ସନାଲି ସ୍ୱାଇଁ, ଚନ୍ଦ୍ରଗିରି ବନରକ୍ଷୀ ମୋନସ୍ମିତା ପାଣିଗ୍ରାହୀ, କାଶୀପୁର ବନରକ୍ଷୀ ଘାଷି ମାଝୀ ଓ ମିନା କୁମାରୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।