
କେସିଙ୍ଗା ( ପ୍ରୀତେଶ ପଟେଲ)ଦେଶର ୭୩ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଓ ବରଗଡ଼ ର ରବିରତନ ସାହୁ ଓ ତାଙ୍କ ସାଥୀ ଙ୍କ ମିଶ୍ରଣରେ ଅନୁଷ୍ଠିତ ଫିଉଜନ ରେ ଡାଲଖାଇ ନୃତ୍ୟରେ ସମୁଦାୟ ୫ ହଜାର କଳାକାର ଏକା ସାଥିରେ ସମ୍ବଲପୁରୀ ଡାଲଖାଇ ନୃତ୍ୟ ପରିବେଷଣ କରି ଗିନିଜ ବୁକ ଅଫ ରେକର୍ଡ ରେ ନିଜ ନାମ ଲିପିବଦ୍ଧ କରି ଥିଲେ।ସେହି ୫ ହଜାର କଳାକାର ମାନଙ୍କ ମଧ୍ୟରେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ୬୦ ଜଣ କଳାକାର ସାମିଲ ହୋଇ ନିଜ ଅନୁଷ୍ଠାନ ସମେତ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିଲେ।।ସେହି ୬୦ ଜଣ କଳାକାର ମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ ।
ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ନୂତନ ସଭାଗୃହ ଠାରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପି ଡି ଦୟାମୟ ପାଢ଼ୀ ଓ ଯୋଗ ଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ତହସିଲଦାର ପ୍ରଶାନ୍ତି ପ୍ରଧାନ,ବିଡ଼ିଓ ଜନ୍ମେଜୟ ସ୍ୱାଇଁ,କେସିଙ୍ଗା ସିଟିଜନ ଫୋରମ୍ ସଭାପତି ଡାକ୍ତର ହେମସାଗର ସାହା ଓ ଅନୁଷ୍ଠାନ ର ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନେ ସମସ୍ତ କଳାକାର ମାନଙ୍କୁ ପୁଷ୍ପଗୁଛ ଗାମୁଛା ଓ ସମ୍ମାନ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।ଏଥିରେ ଅନ୍ୟ ମାନଙ୍କc ମଧ୍ୟରେ ଅନୁଷ୍ଠାନ ର କର୍ମକର୍ତ୍ତା ଅଞ୍ଚଳ ର ବୁଦ୍ଧିଜିବୀ ଓ ଅଞ୍ଚଳର ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ।