
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ମତ୍ସ୍ଯ ଫାର୍ମ ଠାରେ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ କୃତ୍ରିମ ପ୍ରଜନନ ପାଇଁ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜିଲ୍ଲା ମତ୍ସ୍ଯ ଅଧିକାରୀ ଶ୍ରୀମତୀ ଲିପ୍ସା ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ ନୀଳ ଲୋହିତ ମହାପାତ୍ର ଓ ଜ଼ିଲ୍ଲା ମତ୍ସ୍ୟ ବିଭାଗ ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ପ୍ରାରମ୍ଭରେ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଜିଲ୍ଲା ମତ୍ସ୍ଯ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଓ ପରେ ଫାର୍ମ ରେ ପହଞ୍ଚି ନିଜେ ମଧ୍ୟ ମାଛ ମାନଂକ ଟିକା କରଣ କରିଥିଲେ | ମିଳିଥିବା ସୂଚନା ଅନୁଯାୟୀ କାରପିଲିସ୍ (ବିଲାତି ରୋହି),ରୋହି, ମିରକାଳୀ ଓ ଭାକୁଡ ମାଛକୁ ଜାଆଁଳ ପ୍ରଜନନ ପାଇଁ ଟିକା କରଣ କରା ଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ ବୈଷୟିକ କର୍ମଚାରୀ ମାନେ ସହଯୋଗ କରିଥିଲେ |