କେସିଙ୍ଗା : (ପ୍ରୀତେଶ ପଟେଲ)ଆଜିର ସମଯରେ ପୁରା ବିଶ୍ଵ ରେ ସବୁଠୁ ବଡ ସମସ୍ୟା ହେଉଛି ପରିବେଶ  ଏହି ପରିପ୍ରେକ୍ଷୀରେ କେସିଙ୍ଗା ଗୁର୍ଜିମୁଣ୍ଡା ସ୍ତିତ ମା ଯୋଗମାୟା ପୀଠରେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହା ସହିତ ମନ୍ଦିରର ୱେବସାଇଟ ମଧ୍ୟ ଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ,ସମ୍ନାନିତ ଅତିଥିଭାବେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ,କୁଣ୍ଡାବନ୍ଧ ସରପଞ୍ଚ ରୋଜି ପ୍ରଧାନ ଯୋଗଦାନ କରିଥିଲେ । ସମସ୍ତ ଅତିଥି ବୃକ୍ଷ ରୋପଣ କରିବାସହ ଏହି ଦିବସର ମହତ୍ଵ ଓ ଗୁରୁତ୍ୱ ଉପରେ ମତ ଦେଇଥିଲେ ।

ଏଥିସହ ମନ୍ଦିର ପରିସରରେ ରହିଥିବା ବିଭିନ୍ନ ବୃକ୍ଷ ମାନଙ୍କରେ ବାରକୋଡ଼ ଲଗାଯାଇଥିଲା । ଏହାଦ୍ୱାରା ଆସୁଥିବା ପର୍ଯ୍ୟଟକ ତଥା ବଣଭୋଜି ପାଇଁ ଆସୁଥିବା ଛାତ୍ର ଛାତ୍ରୀ ମାନେ ଏହାକୁ ସ୍କାନ କରି ବୃକ୍ଷ ବିଷୟରେ ତଥ୍ୟ ପାଇପାରିବେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା ଟ୍ରଷ୍ଟ ର ଅଧ୍ୟକ୍ଷ ମୋତିଲାଲ ବଗର୍ତ୍ତି,ସମ୍ପାଦକ ଯଯାତି କେଶରି ଦେଓ,କୋଷାଧ୍ୟକ୍ଷ ଅଶ୍ୱନି ବିଶ୍ୱାଳ,ନବୀନ ପ୍ରଧାନ,ନେତ୍ରାନନ୍ଦ ବୁଡେକ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ