ପୁରୀ: ( ମନୋଜ କୁମାର ବଳିଆରସିଂ)ଖଣ୍ଡିଆବନ୍ଧ,ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ତା ୩.୬.୨୫ରିଖ ମଙ୍ଗଳବାର ଠାରୁ ୬.୬.୨୫ଶୁକ୍ରବାର ପର୍ଯ୍ୟନ୍ତ୪ଦିନ ବ୍ୟାପି ଜଗତଜନନୀ ମାଆ ମଙ୍ଗଳା ଙ୍କର ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି।

ପ୍ରଥମ ଦିନରେ ଅଙ୍କୁରାରୋପଣ ମଣ୍ଡଳ ଅଧିବାସ ,ଦ୍ଵିତୀୟ ଦିନରେ ଜଳଯାତ୍ରା ପାର୍ବତୀ ଅଗ୍ନି ସଂସ୍କାର ନୂତନ ବିଗ୍ରହ ମାନଙ୍କର ଗର୍ଭଧାରଣ ଆଳତି ,ପୁଷ୍ପାଞ୍ଜଳି ଇତ୍ୟାଦି ହୋଇଥିଲା ତୃତୀୟ ଦିନରେ ,ଗୋପୂଜା,ଧରିତ୍ରୀ ପୂଜା ସାଲା ପୂଜା,ଦେବତା ଉତ୍ଥାପନ ମହାସ୍ନାନ, ଶୟନ ଆଳତି କରାଯିବ ,ଏକାଦଶୀ ତିଥିରେ ପ୍ରାସାଦ ପ୍ରତିଷ୍ଠା ଦେବତା ମାନଙ୍କ ର ପ୍ରାଣ ପ୍ରତିଷ୍ଠା, ବନ୍ଦାପନା, ମନ୍ଦିର ପ୍ରବେଶ,ପୂର୍ଣ୍ଣାହୁତି ସର୍ବସାଧାରଣ ଦର୍ଶନ ଏବଂ ପ୍ରାୟ ୫୦୦୦ଲୋକଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରଯାଇଅଛି।

ଏହି କାର୍ଯ୍ୟକ୍ରମ ରେ ବାସୁଦେବ କୋଠଘରର ସମସ୍ତ ସଭ୍ୟ ସଭ୍ୟା ବୃନ୍ଦ ଏବଂ ଅନୁଷ୍ଠାନ ର ପରିଚାଳନା କମିଟିର ସଦସ୍ୟ ବୃନ୍ଦ ,ହରିହର ପ୍ରଧାନ ,ରାଜକିଶୋର ରାଉତ,ମାନସ ଶାସମଲ,ସୁଶାନ୍ତ କୁମାର ସାହୁ,ପଦିଆ ନାୟକ,କୁନା ପରିଡା,ବିଜୟ ମାଝୀ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସଞ୍ଚାଳନ କରିଥିଲେ।