ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ବାଲ୍ୟ ବିବାହ ଚାଲିଥିବା ବେଳେ ମଙ୍ଗୁଳା ନାବାଳିକା ଉଦ୍ଧାର। ବର ଘଟଣାସ୍ଥଳ ରୁ ଫେରାର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜ଼ିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ବରପଦା ଗାଁ ନାରାୟଣ ମନ୍ଦିରରେ। ନାରାୟଣ ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଶିଶୁ ମଙ୍ଗଳ କମିଟି, ଚାଇଲଡ ଲାଇନ ଏବଂ ଅଳକୁଣ୍ଡ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ।

ଘଟଣାସ୍ଥାନରୁ ନାବାଳିକା କୁ ଉଦ୍ଧାର କରାଯାଇଥିବା ବେଳେ ବର ଫେରାର ହୋଇଯାଇଥିଲା। ୧୫ବର୍ଷର ନାବାଳିକା ତଥା ଅଳକୁଣ୍ଡ ଥାନା ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ କନ୍ୟା ସାଜିଥିବା ବେଳେ ବର ସାଜିଥିବା ବରପଦା ଅଂଚଳ ର ୧୯ ବର୍ଷୀୟ ଯୁବ ପ୍ରେମିକ ଆକାଶ ଜେନା ପୋଲିସ କୁ ଦେଖି ଫେରାର ହୋଇଯାଇଥିଲା।

ନାବାଳିକା ର ମଙ୍ଗୁଳା ସରିଥିବା ବେଳେ ମନ୍ଦିରରେ ବିବାହ କାର୍ଯ୍ୟ ଆରମ୍ବ ପୂର୍ବରୁ ନାବାଳିକାକୁ ଉଦ୍ଧାର କରାଯାଇଛି। ଏ ନେଇ ଅଳକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ତଦନ୍ତ ଜାରି ରହିଛି । ଉଦ୍ଧାର ନାବାଳିକା କୁ ସଖୀ କେନ୍ଦ୍ରରେ ରଖାଯାଇଥିବା ବେଳେ ଘଟଣା ର ତଦନ୍ତ କରୁଛି ଶିଶୁ ମଙ୍ଗଳ କମିଟି।