
ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ସନ୍ଧିକୁଳିଆରୀ ଉଚ୍ଚ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ମସ୍ତ ରାମ ନାଏକ ଙ୍କୁ ଆଜି ପ୍ରଥମେ ଆଞ୍ଚଳିକ ସାଧନ କେନ୍ଦ୍ର କାଙ୍କେରୀ ଠାରେ ପଦ୍ମଲୋଚନ ସା ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ପ୍ରାଥମିକ ଶିକ୍ଷକ କଳାହାଣ୍ଡି ଜିଲ୍ଲା ସଙ୍ଗଠନ ସଂପାଦକ ପଦ୍ମଲୋଚନ ନାଏକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରାଥମିକ ଶିକ୍ଷକ ସଙ୍ଗଠନ ସଭାପତି କ୍ଷେତ୍ରମୋହନ ମାଝୀ ଓ ସଂପାଦକ ଆଶିଷ ପ୍ରଧାନୀ ଯୋଗ ଦେଇ ଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର କାଙ୍କେରୀ ର ସମସ୍ତ ପ୍ରଧାନ ଶିକ୍ଷକ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ ।
ଉକ୍ତ ସମ୍ବର୍ଦ୍ଧନା ଉତ୍ସବର ମଞ୍ଚକୁ ସିଆରସିସି ପ୍ରେମ ଲାଳ ଦୁର୍ଗା ପରିଚାଳନା କରିଥିଲେ। ପରେ ନିଜ ବିଦ୍ୟାଳୟ ରୁ ଶିକ୍ଷକ ତା ରୁ ଅବସର ନେଇଥିବା ବିଦ୍ୟାଳୟ ତରଫ ରୁ ମଧ୍ୟ ଅବସର କାଳିନ ଶିକ୍ଷକ ଶ୍ରୀ ନାଏକ ଙ୍କୁ ବିଦାୟ ସମ୍ଵଦ୍ଧନା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରିକ୍ଷୀରାମ ବେହେରା ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଜୟଲାଳ ଵାଗ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ତରୁଣ ଵାଗ, ହୃଷୀକେଶ ବାଗ ଓ ସମାଜ ସେବୀ ଅପ୍ରେସ ସ୍ଵାଇଁ ଯୋଗ ଦେଇଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଉକ୍ତ ସମ୍ଵନ୍ଧନା ଉତ୍ସବ କୁ ସହଯୋଗ କରିଥିଲେ।