ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଚୋରୀ, ଡକାୟତି, ଅସାମାଜିକ କାର୍ଯ୍ୟ ଘଣ୍ଟାପଡ଼ା ପୋଲିସର ମୁଣ୍ଡବ୍ୟଥା ସାଜିଛି

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) :ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳ ପାଇଁ ମୁଣ୍ଡବ୍ୟଥା ସାଜିଛି ଗମନାଗମନର ସୁବିଧା ଯୋଗୁଁ। ଘଣ୍ଟାପଡ଼ା-ବସାସଙ୍କର ତେଲ ନଦୀ ସେତୁ ଓ ଫାସେଡ଼-ଗୌଡଗୋଠ ତେଲ ନଦୀ ସେତୁ ଯୋଗୁଁ ଉକ୍ତ ଅଞ୍ଚଳରେ ପ୍ରାୟତଃ ଲୁଟ,ଡିକାୟତି,ଚୋରି, ଅସାମାଜିକ କାର୍ଯ୍ୟ,ନିଶା କାରବାରରେ ପଡ଼ୋଶୀ ଜିଲ୍ଲାର ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାହାକି ଘଣ୍ଟାପଡ଼ା ଥାନା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି’। ଏହି କ୍ରମରେ ଥାନା ଅଧିନସ୍ଥ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରାରେ ଡକାୟତି ଉଦ୍ୟମ କରୁଥିବା ବେଳେ ୩ଜଣ ଯୁବକକୁ ଗିରଫ କରିଛି ଘଣ୍ଟାପଡା ପୋଲିସ l

ସେମାନେ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଦେଓଗାଁ ଗ୍ରାମର ନୀଳାମ୍ବର ଭୋଇ(୨୭), ଆକାଶ ଭୁଏ(୨୨) ଓ ଯୋଗେଶ କୁମାର ସାହୁ(୨୦) l ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ ପୂର୍ବକ କୋର୍ଟ ଚାଲାଣ କରାଯାଇଛି l ସୂଚନା ପ୍ରକାରେ ରାତି ପ୍ରାୟ ୨ଟା ସମୟରେ ତିନିଜଣ ଦୂବୃର୍ତ୍ତ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ଗ୍ରାମର ଦେବଦତ୍ତ ଭୋଇଙ୍କ ଘରେ ଡକାୟତି ଉଦ୍ୟମ କରୁଥିବା ସମୟରେ ଘର ମାଲିକ ଜାଣିପାରି କିଛି ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ l

୭-୮ଜଣ ବ୍ୟକ୍ତି ଘେରିଯାଇ ଉକ୍ତ ଦୂବୃର୍ତ୍ତଙ୍କୁ କାବୁକରି ପୋଲିସକୁ ଖବର ଦେଇଥିଲେ l ଘଣ୍ଟାପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ଗ୍ଲାମର ବାଇକ, ଫାର୍ଶା(ଟାଙ୍ଗି), ଖଣ୍ଡା ଏବଂ ଜେକରଡ୍ ଜବତ କରିଛି l ସମସ୍ତ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଦେଓଗାଁ ଗ୍ରାମର ବୋଲି ଜଣା ପଡିଛି l ଗିରଫ ଅଭିଯୁକ୍ତଙ୍କ ନାମରେ ଘଣ୍ଟାପଡା ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚାଲୁ ରହିଥିବା ନେଇ ଘଣ୍ଟାପଡା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l