ପୁରୀ : (ମନୋଜ କୁମାର ବଳିଆରସିଂ)ଅଭୟାରଣ୍ୟ ବଞ୍ଚାଓ ଅଭିଯାନ ରେ ଲଗାତାର ପୁରୀ ଜିଲ୍ଲା “ଆପ”ପ୍ରୟାସ କରୁଛି। ଅଭୟାରଣ୍ୟ ର ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ ହେବାକୁ ଦେବୁ ନାହିଁ ବୋଲି ପୁରୀ ଆପ ପଣ କରିଛି। ଅଭୟାରଣ୍ୟ ରେ ବେନିୟମ ରୂପେ ଗୃହ ନିର୍ମାଣ ହଉ ବା କୌଣସି ଜମି ପ୍ଲଟିଙ୍ଗ ହେଉ ଏ ସବୁ ଉପରେ ରୋକ ଲାଗିବା ଦରକାର।ପୁରୀ ମେରାଇନ ଡ୍ରାଇଭ ରୋଡ ରେ ବାଙ୍ଗର ପୂର୍ବରୁ ବାମ ପଟେ ଏକ ବିଲ୍ଡର କମ୍ପାନୀ ଯାହାର ନାମ ମହାଦ୍ବିତ ଏକ ପ୍ରୋଜେକଟ କରୁଛି ଏହା ବିରୁଦ୍ଧରେ ଅଭିଯୋଗ ପରେ ଜଣାପଡିଲା ଯେ ଜଙ୍ଗଲ ବିଭାଗ ରୁ କୌଣସି ଅନୁମତି ପ୍ରଦାନ କରାଯାଇନାହିଁ।
ଏଠାରେ ସମ୍ପୂର୍ଣ ଭିଡିଓ ଦେଖନ୍ତୁ
ଜଙ୍ଗଲ ବିଭାଗ କାମ ମଧ୍ୟ ବନ୍ଦ କଲା ଓ ଜିଲ୍ଲାପାଳ ଙ୍କୁ ରିପୋର୍ଟ ମଧ୍ୟ ଦେଇଛି ବୋଲି ଜାଣିବାକୁ ପାଇଲା ପୁରୀ ଆପ ଯେହେତୁ ସେହି ଜାଗା ଟି ଇକୋ ସେନସିଟିଭ ଯୋନ ସେଠି ନିର୍ମାଣ ପାଇଁ କେବଳ ଜିଲ୍ଲାପାଳ ହିଁ ଅନୁମତି ଦେଇପାରିବେ।ଆପ ପ୍ରାଥମିକ ଯାଞ୍ଚ ରୁ ଜାଣିବାକୁ ପାଇଲା ଯେ ଏହି କମ୍ପାନୀ ବହୁତ ବଡ଼ ଓ ଏହା ୨୦୨୨ମସିହା ରେ ହେଇଥିଲା ୟାର ୱେବସାଇଟ ଖୋଜିବାରେ ପୁରୀ ସମ୍ବନ୍ଧୀୟ କୌଣସି ପ୍ରୋଜେକଟ ର ବିଷୟ ନାହିଁ ତେଣୁ ସନ୍ଦେହ ଘନୀଭୂତ ହେବାରୁ ପାଖ ଆଖ ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ଜଣା ପଡିଲା ଯେ ଓଡିଶାର ଜଣେ ବିଶିଷ୍ଟ ଶିଳ୍ପପତି ଦିଲୀପ ରାୟ ଙ୍କ ପୁଅ ଏ ପ୍ରୋଜେକଟ କରୁଛନ୍ତି,
ଏହା ଆମେ କେବଳ ବୁଝାବୁଝୀ କରି ଜାଣିବାକୁ ପାଇଲୁ, ତେଣୁ ଜିଲ୍ଲାପାଳ କାଳେ ଏ ଶିଳ୍ପପତି ଙ୍କ ଚାପ ରେ ନାହାନ୍ତି ତ, ସେଥିପାଇଁ ଆଜି ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛୁ ଯେ ଏହି ସଂସ୍ଥା କୁ ଅନୁମତି ନ ଦେବା ପାଇଁ ଓ ଏହାର ଏକ ଉଦାହରଣ ସୃଷ୍ଟି କଲେ ଅନ୍ୟ ମାନେ ଆଉ ସାହସ କରିବେ ନାହିଁ। ଓ ଆମ ଅଭୟାରଣ୍ୟ ସୁରକ୍ଷିତ ହେଇପାରିବ।