
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଡାକପଦର ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା ଯାହାକି ଆଜି ଅପରାହ୍ନ ରେ ତୁହାକୁ ତୁହା ବର୍ଷା ଫଳରେ ଗ୍ରାମର ଅଶୋକ ବେହେରାଙ୍କ ଏକ ବଳଦ ଚରୁଥିବା ସମୟରେ ଗ୍ରାମ ନିକଟରେ ଥିବା ଟ୍ରାନ୍ସଫରମର ଭିତରେ ଅନା ବନା ଘାସରେ ପରିପୂର୍ଣ ସକାଶେ ବଳଦ ବାପୁଡ଼ା ଚରି ଚରି ଭିତରକୁ ପଶିଯାଇଥିଲା ଯାହାକି ଟ୍ରାନ୍ସଫର ମର ଚାରିପଟେ ତାର ବାଡ଼ ଦିଆ ଯାଇଛି ସତ କିନ୍ତୁ ଗେଟ ଟି ଖୋଲା ଥିବାରୁ ବିଦୁତ ରେ ଲାଗି ସଂଗେ ସଂଗେ ବଳଦ ର ଜୀବନ ଚାଲିଗଲା ଯାହାକି ବର୍ତମାନ ହେଉଛି ଚାଷ ସମୟ ଗରିବ ଲୋକର ଅଣ୍ଟା ଭାଙ୍ଗି ଯାଇଛି କହିଲେ ଚଳେ ଏଣୁ ସେ ବଳଦ କିଣିବ ନା ଚାଷ ବାସ ପାଇଁ ଧାର କରଜ କରି ପଇସା ପତ୍ର ଯୋଗାଡ଼ କରିବ l ଏଣୁ ଏହି ଗରିବ ଲୋକକୁ ଏହି ବଳଦ ର କ୍ଷତି ପୂରଣ କିଛି ଜ଼ିଲ୍ଲା ପ୍ରଶାସନ ପ୍ରଦାନ କଲେ ଗରିବ ଲୋକଟି ବଳଦ ଟିଏ କିଣି ଚାଷ ବାସ କରି ପାରିବ l