ପୁରୀ : (ମନୋଜ କୁମାର ବଳିଆରସିଂ)ଲଜ୍ଜା ଜନକ ଘଟଣା ଘଟିଛି ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଜୋଡି ଗ୍ରାମପଞ୍ଚାୟତ ବଜାର ଉପରେ ଥିବା ଆୟୁଷମାନ ଆରୋଗ୍ୟ ମନ୍ଦିର ଉପସ୍ୱାସ୍ଥ୍ୟ କେନ୍ଦ୍ର ରେ।ଦୈନିକ ପ୍ରାୟ ୫୦ରୁ ୧୦୦ଲୋକ ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ନିଅନ୍ତି।ମଦ୍ୟପ ମାନଙ୍କ ଆଡାସ୍ଥଳୀ ପାଲଟିଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରାତିହେଲେ ମଦର ପସରା ଜମୁଛି ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଏବଂ ସାରଙ୍ଗଯୋଡି ଅଞ୍ଚଳରେ।

ମଦ୍ୟପ ମାନେ ମଦ ପିଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରକୁ ମଦ ବୋତଲ ଫୋପାଡୁଛନ୍ତି ଏବଂ ଅଫିସ ଭିତରକୁ ମଧ୍ୟ ମଦ ବୋତଲ ଫୋପାଡୁଛନ୍ତି,ସାଧାରଣ ରେ ଚର୍ଚ୍ଚା ହେଉଛିକି ଯଦି ପୋଲିସ ପେଟ୍ରୋଲିଂ କଡାକଡି ହୁଅନ୍ତା ଏବଂ ମଦ୍ୟପମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରନ୍ତା ଏହି ଅଞ୍ଚଳରେ ଶାନ୍ତି ବଜାୟ ରହିପାରନ୍ତା।