ପୁରୀ:୨୯.୫(ମନୋଜ କୁମାର ବଳିଆରସିଂ)ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଦୁଇଦିନିଆ ପୁରୀ ଗସ୍ତରେ ଆସି ଗତକାଲି ରାତ୍ରୀଯାପନ କରିଥିଲେ। ସାଥିରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହୋଇଛନ୍ତି। ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ।”ଏକ ପେଡ ମାଆ କେ ନାମ ଅଭିଯାନ” ଅଧୀନରେ ଗଛ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଆଜି ସକାଳ ୮ ଟା ୩୦ ଠାରୁ ୧୦ ଟା ୩୦ ମଧ୍ୟରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କଲେ କେନ୍ଦ୍ର କୃଷି ମନ୍ତ୍ରୀ।

ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜିଠାରୁ କେନ୍ଦ୍ର ସରକାର ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚହ୍ୱାନ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ଲାଭ କରି ସାନିଧ୍ୟ ଲାଭ କରିଥିଲେ। କୃଷିର ବିକାଶ ଲାଗି  ଲ୍ୟାବରୁ ବାହାରି ଲ୍ୟାଣ୍ଡକୁ ଯିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ। କିଭଳି ଚାଷ ଓ ଚାଷୀର ଉନ୍ନତି ହେବ ତା ଉପରେ ଗୁରୁତ୍ୱ। ଏକ କୃଷି, ଏକ ରାଷ୍ଟ୍ର ଓ ଏକ ପ୍ରଧାନମନ୍ତ୍ରୀ ଏକ ଟିମ… କୃଷି ଉତ୍ପାଦନ ବୃଦ୍ଧି ଏକମାତ୍ର ଲକ୍ଷ୍ୟ। ଫୁଡ ବାସ୍କେଟ ହେବ ଭାରତ। ଗାଁ ଗାଁ ରେ ବୁଲିବେ କୃଷି ବୈଜ୍ଞାନିକ।ଆଜିଠାରୁ ଜୁନ ମାସ ପର୍ଯ୍ୟନ୍ତ ଚାଷୀମାନେ କୃଷି ବୈଜ୍ଞାନିକଙ୍କ ସହଯୋଗ ନେଇ ପାରିବେ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।