
ପୁରୀ : (ମନୋଜ କୁମାର ବଳିଆରସିଂ )ସୀମା ଟପିଲା ପୁରି ପୋଲିସର ବର୍ବରତା । ପୁରି ସଦରଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ।ପୁରୀ ପୋଲିସ ଜୋର ଜବରଦସ୍ତ ଘରଭିତରେ ପଶି ଉପସ୍ଥିତ ମହିଳାଙ୍କୁ ପୁରୁଷ ପୋଲିସ ଧକା ସଂଖିଆ ଦେଇ ଚୁଡ଼ି ଭାଙ୍ଗି ଘରୁ ଛୁଆକୁ ଆଣି ଉତ୍କଳ ବାଳାଶ୍ରମ କୁ ହସ୍ତାନ୍ତର କରିଥିବା ସମୟରେ ଗ୍ରାମବାସୀ ଙ୍କ ସହିତ ଛୁଆର ବାପା ଆସି ବାଳାଶ୍ରମ ପରିସର ରେ ଅନଶନ କରିଥିଲେ ।
ଗ୍ରାମବାସୀଙ୍କ ଦାବି ଥିଲା କି କୋର୍ଟ ରେ ଡିଭୋର୍ସ କେଶ ଚାଲିଥିବା ସତ୍ୱେ ପୋଲିସ କେଉଁ ଆଧାରରେ ଘରେ ପଶି ଜବରଦସ୍ତ ଛୁଆ କୁ ଆଣି ବାଳାଶ୍ରମ ରେ ହସ୍ତାନ୍ତର କଲା ଏବଂ କେଉଁ ଅଧିକାର ରେ ଉତ୍କଳ ବାଳାଶ୍ରମ ଛୁଆ କୁ ସେହି ମହିଳାଙ୍କୁ ହସ୍ତାନ୍ତର କଲା ।