
ପୁରୀ : (ମନୋଜ କୁମାର ବଳିଆରସିଂ )ଆଜି ଠାରୁ ଶାଢ଼ୀ ବନ୍ଧାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ଆରମ୍ଭ କରିଛନ୍ତି ଆଦିତ୍ୟ ନାରାୟଣ ମହାନ୍ତି ।ଶ୍ରୀମନ୍ଦିରରେ ଆଜି ସକାଳ ଧୂପ ନୀତି ସରିବା ପରେ ଜୟ ବିଜୟ ଦ୍ଵାର ନିକଟରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ତାଙ୍କୁ ଶାଢ଼ୀ ବାନ୍ଧିଥିଲେ।ଆଦିତ୍ୟ ହେଉଛନ୍ତି ସମାଜସେବୀ ଜମେଶ୍ୱର ମହାନ୍ତି(ହାତୀ) ଙ୍କ ପୁତ୍ର।ସେ ଅଖଣ୍ଡ ସେବାୟତ ଭାବେ ଶ୍ରୀମନ୍ଦିର ରେ ଶାଢ଼ୀ ବନ୍ଧାଇ ମହାପ୍ରଭୁଙ୍କ ସେବା ପୂଜା ଆରମ୍ଭ କରିଛନ୍ତି।
ଅଖଣ୍ଡ ସେବା ହେଉଛି ବର୍ଷ ଯାକର ସେବା।ପ୍ରତିଦିନ ଶ୍ରୀମନ୍ଦିର ଦ୍ଵାର ଫିଟିବା ସମୟରେ ୫ ଜଣ ସେବାୟତଙ୍କ ଉପସ୍ଥିତି ଆବଶ୍ୟକତା ହୋଇଥାଏ।ଭିତରଛ,ଅଖଣ୍ଡ ମେକାପ ,ଖୁଣ୍ଟିଆ , ପ୍ରତିହାରୀ ଓ ମୁଦୁଲି ସେବାୟତଙ୍କ ଉପସ୍ଥିତିରେ ଦ୍ଵାର ଫିଟିଥାଏ।ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିଥାଏ।ଆଜି ଶାଢ଼ୀ ବନ୍ଧାଇ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ଆଦିତ୍ୟ।