
ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ସୋମବାର ଦିନ ପ୍ରାୟ 11:45 ସମୟରେ ଭୁସୁଡ଼ିଲା ଭାରତ ର ସର୍ବ ବୃହତ ଟନେଲ।ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ର ଚାରି ନମ୍ବର ଟନେଲ ଯାହାକି ଭାରତ ର ସର୍ବ ବୃହତ ଟନେଲ। ଯାହାର ଲମ୍ବ ପ୍ରାୟ ଚାରି କିଲୋମିଟର ରୁ ଅଧିକ। ଆଡ଼େନିଗଡ଼ ଠାରୁ ଅନତି ଦୁର କଖାରୁଫାଳ ନିକଟ ରେ ଟନେଲ ଟି ଭୁସିଡ଼ି ଯାଇଛି।
ପ୍ରାୟ 30 ଫୁଟ ରୁ ଉର୍ଦ୍ଧ ତଳକୁ ମାଟି ଭୁସୁଡ଼ି ଯାଇଛି। ତେବେ ନିମ୍ନ ମାନର କାର୍ଯ୍ୟ ପାଇଁ ଏମିତି ଅଘଟଣ ଘଟିଥାଇପାରେ ବୋଲି ଯାହା ସାଧାରଣ ରେ ଚର୍ଚ୍ଚା ହେଉଚି।ତେବେ ଭୁସୁଡ଼ି ଯାଇଥିବା ଟନେଲ ର ଚାରି ପଟେ ଆବଦ୍ଧ କରିଦିଆ ଯାଇଛି।ଟନେଲ ଭିତରେ କିଏ କିଏ, କେତେଜଣ କାମ କରୁଥିଲେ,କେତେଜଣ ମୃତ ନା କେତେଜଣ ଆହତ ଏ ବାବଦରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ମୁହଁ ଖୋଲୁ ନାହାନ୍ତି।
ସୂଚନା ଥାଉ କି ଉକ୍ତ ଟନେଲ କାର୍ଯ୍ୟ GRIL ନାମକ ଏକ ଠିକା ସଂସ୍ଥା କରୁଥିଲା।ଏ ବାବଦରେ ଖବର ସଂଗ୍ରହ କରିବା ପାଇଁ କୌଣସି ଗଣ ମାଧ୍ୟମ କୁ ମଧ୍ୟ ପାଖକୁ ଛାଡ଼ୁନାହାନ୍ତି। ତେବେ ଏହି ଟନେଲ ଟି କେମିତି ଭୁସୁଡ଼ିଲା, କେତେଜଣ କାର୍ଯ୍ୟରତ ଥିଲେ, କେତେଜଣ ମରିଛନ୍ତି, କେତେଜଣ ଆହତ ହୋଇଛନ୍ତି ତାର ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି।