
ପୁରୀ : ( ମନୋଜ କୁମାର ବଳିଆରସିଂ )ରଥଖଳାରେ ପହଞ୍ଚିଲା ଗୋଟିଏ ଟ୍ରିପ୍ ରଥକାଠ ୪୦ ଫୁଟିଆ ୧୦ ଖଣ୍ଡ ଧଉରା ଓ ୨୨ ଖଣ୍ଡ ଅସନ କାଠ ପହଞ୍ଚିଲା।ବୌଦ୍ଧ କଣ୍ଟାମାଳରୁ ଆସି ପୁରୀ ରେ ପହଞ୍ଚିଲା ରଥକାଠ।ସେପଟେ ତଥା ମରାମତି ନେଇ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର (ଏଏସଆଇ) ମହାନିର୍ଦ୍ଦେଶକ ଡ. ୟଜୁବେନ୍ଦ୍ର ସିଂହ ରାୱତଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରର ସ୍ଥାପତ୍ୟ, ମୂଳ ନିର୍ମାଣ ଏବଂ ସାଂସ୍କୃତିକ ଦିଗ ପ୍ରତି ଦୃଷ୍ଟି ରଖି ମିଳିତ ଭାବେ କାର୍ଯ୍ୟ କରିବାକୁ ଏହି ବୈଠକରେ ଗୁରୁତ୍ବ ଦିଆଯାଇଛି।ବୈଠକରେ ଅନେକ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଆଗାମୀ ରଥଯାତ୍ରା ସମୟରେ ହେବାକୁ ଥିବା ଶ୍ରୀମନ୍ଦିର ପରିସରର ତଥା ଗର୍ଭଗୃହର ଆବଶ୍ୟକୀୟ ସଂରକ୍ଷଣ। ରତ୍ନଭଣ୍ତାରର ବାକି ଥିବା ସଂରକ୍ଷଣ ତଥା ମରାମତି କାର୍ଯ୍ୟ ତୁରନ୍ତ ସମ୍ପାଦନ ପାଇଁ ନିଷ୍ପତ୍ତି କରାଯାଇଥିଲା ।ଶ୍ରୀମନ୍ଦିରର ଉତ୍ତର ଦ୍ବାରରେ ଦିବ୍ୟାଙ୍ଗ ଏବଂ ବୟସ୍କମାନଙ୍କ ପାଇଁ ନିର୍ମାଣାଧୀନ ରାମ୍ପ୍ କାର୍ଯ୍ୟ ଶୀଘ୍ର ସମାପନ ପାଇଁ ନିଷ୍ପତ୍ତି ହୋଇଥିଲା।ପ୍ରସ୍ତାବିତ ନାଟମଣ୍ତପ ଶୀତତାପ ନିୟନ୍ତ୍ରିତ ଏବଂ ଶ୍ରୀମନ୍ଦିର ଆଲୋକୀକରଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଜଗମୋହନର ବାହ୍ୟ ଛାତକିପରି ସଂରକ୍ଷଣ ରହିବ ସେହି ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା ।ପାର୍ଶ୍ବ ମନ୍ଦିର ଯେପରିକି ମା ବିମଳା, ମାମହାଲକ୍ଷ୍ମୀ, ଶ୍ରୀ ସୂର୍ଯ୍ୟ, ଆଦି ନୃସିଂହ ଏବଂ ଭୁବନେଶ୍ବରୀ ମନ୍ଦିରରେ ବିଜୁଳି ପ୍ରତିରୋଧକ ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଥିଲା।ଜଗମୋହନ ଏବଂ ଭୋଗମଣ୍ତପରେ ଲାଗିଥିବା ଷ୍ଟିଲ ଭାରାକୁ ଆହୁରି ମଜଭୁତ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଇଥିଲା।
ମୁଖ୍ୟ ମନ୍ଦିର ବାହ୍ୟ ପ୍ରସ୍ତର କାନ୍ଥର ରାସାୟନିକ ସଫେଇ ଏବଂ ଉପଚାର ବିଷୟରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା।ଏଏସଆଇ ର ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହ ମୁଖ୍ୟ ପ୍ରଶାସକ ମହାନିର୍ଦ୍ଦେଶକଂକୁ ଶୁଖିଲି ମହାପ୍ରସାଦ ପ୍ରଦାନ କରିଥିଲେ I ଏ ଏସ ଆଇ ପ୍ରତିନିଧି ଦଳରେ ଉପ ମହାନିର୍ଦ୍ଦେଶକ ସଂରକ୍ଷଣ ଶ୍ରୀ ଜାନୱିଜ୍ ଶର୍ମା, ନିର୍ଦ୍ଦେଶକ ସଂରକ୍ଷଣ ଶ୍ରୀ ଭୀମ ଅଜମୀରା, ନିର୍ଦେଶକ ବିଜ୍ଞାନ ଶ୍ରୀ ମନୋଜ ଭଟନାଗର, ଆଂଚଳିକ ନିର୍ଦ୍ଦେଶକ ଡ. ଦିଲ୍ଲୀପ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଶ୍ରୀ ଦେବବ୍ରତ ସାହୁ ଏବଂ ଓଏସଡି ନିର୍ମାଣ ଆଶିଷ ସୁବୁଦ୍ଧି ଯୋଗଦେଇଥିଲେ।