
ପୁରୀ: (ମନୋଜ କୁମାର ବଳିଆରସିଂ)ଲଗାତାର ବହୁତ ପ୍ରତିବାଦ ପରେ ଶେଷରେ ବାଲୁଖଣ୍ଡ ଅଭୟାରଣ୍ୟ ବଞ୍ଚାଓ ଅଭିଯାନ ସଫଳତା ରୂପ ନେଇଛି ।ପୁରୀ କୋଣାର୍କ ରାସ୍ତା ର ବିଭିର୍ଣ୍ଣ ଯାଗାରେ ଜଙ୍ଗଲ ବିଭାଗ ତରଫରୁ ବୋର୍ଡ ଲଗାଗଲା ଏହା ଭୁ ମାଫିଆ ଙ୍କ ପାଇଁ ଏକ ସତର୍କ ବାଣୀ । ଅନ୍ୟ ଏକ ବିଷୟ ମଧ୍ୟ ପୁରୀ “ଆପ ” ସମସ୍ତଙ୍କ ସାମ୍ନା କୁ ଆଣିବାକୁ ଚେଷ୍ଟା କରିଛି।
ଏହି ଜଙ୍ଗଲରେ ଏକ ଜାଗା ରେ କାମ ଚାଲିଥିଲା, ସେ ସଂସ୍ଥା କାହାକୁ ଖାତିର ନ କରି କାମ ଚଳେଇଥିଲା, ଅଭିଯୋଗ କରିବାରୁ ଜଙ୍ଗଲ ବିଭାଗ କାମ ବନ୍ଦ କଲା ଓ ଏହାର ରିପୋର୍ଟ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ,କିନ୍ତୁ ଜିଲ୍ଲାପାଳ କାହିଁକି ପଦକ୍ଷେପ ନେଉନାହାନ୍ତି ତାହା ଚିନ୍ତାର ର ବିଷୟ।
ଜଣାପଡୁଛି ଯେମିତି ବ୍ୟବସୟିକା ଅନୁଷ୍ଠାନ ସରକାରୀ ଆଦେଶ କୁ ମାନୁନାହାନ୍ତି, ଏହା ବଡ଼ ଦୁଃଖ ର ବିଷୟ ଯେତେ ଜଲଦି ଏହି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମାଫିଆ ଙ୍କ ଅଣ୍ଟା ଭାଙ୍ଗିଯିବ ବୋଲି ପୁରୀ “ଆପ” ଦାବି କରିଛି।ସରକାର ଙ୍କ ଉପରେ ଜନତା ଙ୍କ ବିଶ୍ୱାସ ମଧ୍ୟ ବଢିବ ବୋଲି ପୁରୀ ‘ଆପ’ ପକ୍ଷରୁ ଆଶା କରାଯାଉଛି।