
ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ)ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଐତିହାସିକ ନିଷ୍ପତ୍ତି ବୋଲି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ପ୍ରକାଶ କରିଛନ୍ତି।ଦୃଢ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଛା ଶକ୍ତିଥିଲେ ସବୁ ସମ୍ଭବ ବୋଲି ମୋହନ ସରକାର ପ୍ରମାଣିତ କରିଛନ୍ତି।ନୂତନ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ୫୪ ପ୍ରତିଶତ ପଛୁଆବର୍ଗ ଲୋକେ ଉପକୃତ ହେବେ ବୋଲି ଧର୍ମଗଡ ହୋଟେଲ ରାଜ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ପୋଡ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଥିଲେ।
ବିଗତ ସରକାର ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେଇ ନ ଥିଲେ ଫଳରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣରୁ ପଛୁଆବର୍ଗ ବଂଚିତ ହୋଇଥିଲେ।
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମାଜିକ ଓ ଆର୍ଥିକଭାବେ ପଛୁଆ ବର୍ଗ (ଏସ୍ଇବିସି)ର ଛାତ୍ରୀଛାତ୍ରଙ୍କ ପାଇଁ କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ଧର୍ମଗଡ଼ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁଗଳ କିଶୋର ପୋଡ ଧନ୍ୟବାଦ ଜଣାଇଥିଲେ।
ଏହି ସାମ୍ବାଦିକ ସମ୍ବିଳନୀ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର ଯୋଗ ଦେଇ ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ବାରା ପଛୁଆ ବର୍ଗରେ ଥିବା ୫୪ପ୍ରତିଶତ ଲୋକ ଉପକୃତ ହେବେ । ସେମାନଙ୍କ ପାଇଁ ଏହି ଦିନଟି ସ୍ମରଣୀୟ ଦିନ ହୋଇ ରହିବ ବୋଲି କହିଥିଲେ।ଜିଲ୍ଲା ଓଵିସି ମୋର୍ଚ୍ଚା ସଂପାଦକ ସଂପାଦକ ଟଙ୍କଧର ନାଏକ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ସାଧାରଣ ସଂପାଦକ ଜୟ ଶଙ୍କର ନାଏକ,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତି ସା, ଓବିଶି ନେତା ସୋମେଶ ବୋଡ଼େକ,ଯାଦବ ନେତା ଘନଶ୍ୟାମ ଭାଟି ଓ ପଙ୍କଜ ଲହଜଳ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ଓଵିସି ମୋର୍ଚ୍ଚା ରାଜ୍ୟ ସଂପାଦକ ଜନ୍ମେଜୟ ନାଏକ ମଞ୍ଚ ପରିଚାଳନା କରିଥିଲେ।