
ଧର୍ମଗଡ଼ ତା ୨୪/୫( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ସନ୍ଧିକୁଳିଆରୀ ଠାର ଝରୀଆ ସାହୁ (ତେଲି) ସମାଜ କଳାହାଣ୍ଡି ( କ) ଅଞ୍ଚଳର ସାମାଜିକ ସମୀକ୍ଷା ବୈଠକ ସଭାପତି ଟିକେ ରାମ ସାହୁ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମୁଖ୍ୟ ବକ୍ତା ଭାବରେ ସମାଜ ର କୁଳପତି ଶ୍ରୀ ଯୁକ୍ତ କିର୍ତ୍ତନ ରାମ ସାହୁ ସମ୍ମାନୀତ ଅତିଥି ଭାବରେ ପୂର୍ବତନ କୁଳପତି ସୁକାନ୍ତି ସା ଓ ହେମନ୍ତ କୁମାର ମାଝୀ ଯୋଗ ଦେଇଥିଲେ ।
ସମାଜ ର ପାଞ୍ଚ ଜଣ ସଦସ୍ୟ ଚାକିରୀ ରୁ ଅବସର ନେଇଥିବା ଶ୍ରୀ ଯୁକ୍ତ ଖିରି ରାମ ରାମ ସାହୁ, (ଅଧ୍ୟାପକ)ଶ୍ରୀ ଯୁକ୍ତ ବଵୃଵାହାନ ସାହୁ (ଅମିନ) ଶ୍ରୀ ଯୁକ୍ତ ରାଧେଶ୍ୟାମ ସାହୁ (ଶିକ୍ଷକ) ଶ୍ରୀ ଯୁକ୍ତ ପବିତ୍ର ସାହୁ (P,H,D,W,C ଜନସ୍ବାସ୍ଥ୍ୟ ବିଭାଗ) ଗଜାନନ ସାହୁ (ଗୋଷ୍ଠୀ କୃଷି ଅଧିକାରୀ) ସମାଜ ପକ୍ଷରୁ ସମ୍ଵନ୍ଧନା କରାଯାଇଥିଵା ବେଳେ ଜଣେ ଗରୀବ ଛାତ୍ର ଅଶୋକ କୁମାର ସାହୁ ଙ୍କୁ ମଧ୍ୟ ସମାଜ ପକ୍ଷରୁ ଆର୍ଥିକ ସାହାଯ୍ୟ କରାଯାଇଥିଲା। ଉକ୍ତ ବୈଠକରେ ଉପସଭାପତି ଭଗବାନ ସାହୁ ସମ୍ପାଦକ ଟେକ ରାମ ସାହୁ କେନ୍ଦ୍ରୀୟ ସଦସ୍ୟ ସୁରେନ୍ଦ୍ର ସାହୁ ଉପସ୍ଥିତ ଥିବା ବେଳେ ସମାଜ ର ଅନେକ ସଦସ୍ୟ ଉପସ୍ଥିତ ଥିଲେ।