ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ମହାକୁଡ ଗୁରୁତର ।ଡିନାମାଇଟ ବିସ୍ପୋରଣ ରେ ସଚ୍ଚିଦାନନ୍ଦ ଙ୍କ ହାତ ଓ ମୁଣ୍ଡ ରେ ଲାଗିଛି ଗଭୀର ଆଘାତ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହରଭଙ୍ଗା ପରେ ବୌଦ୍ଧ ଅବସ୍ଥା ଅଧିକ ସଂକଟାପର୍ଣ୍ଣ ହେବା ରୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ସୂଚନାମୁତାବକ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ମହାକୁଡ । ନିଜ ଜମିରେ ମଧ୍ୟରେ ଥିବା ଏକ ପଥର କୁ ଡିନାମାଇଟ ଲଗାଇ ବେଆଇନ ଭାବେ ବିସ୍ପୋରଣ କରୁଥିଲେ ।

ଡିନାମାଇଟ ବିସ୍ପୋରଣ ବେଳେ ଅସାବଧାନତା ଯୋଗୁଁ ଡିନାମାଇଟ ଟି ସଚ୍ଚିଦାନନ୍ଦ ଙ୍କ ହାତରେ ଫୁଟି ଯାଇଥିଲା ।ଫଳରେ ତାଙ୍କ ହାତ ପାପୁଲି କଟି ଯାଇଥିବା ବେଳେ ମୁଣ୍ଡ ରେ ଲାଗିଥିଲା ଗଭୀର ଆଘାତ । ପରିବାର ଲୋକେ ତାଙ୍କୁ ପ୍ରଥମେ ହରଭଙ୍ଗା ଓ ପରେ ବୋୖଦ୍ଧ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡ଼ିକାଲ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି । ଏବେ ଅପଳ୍ପକେ ସଚିତାନନ୍ଦ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ସେପଟେ ମହାନଦୀ ରୁ ମାଛ ମାରିବା ପାଇଁ ସଚ୍ଚିଦାନନ୍ଦ ଆଜି ମଧ୍ୟାହ୍ନ ସମୟରେ ନଦୀ କୁ ଯାଇ ବେଆଇନ ଭାବେ ଡିନାମାଇଟ ଲଗାଇ ବିସ୍ପୋରଣ କରୁଥିଲେ ।

ହଠାତ ସେତିକି ବେଳେ ଅସବଧାନ କାରଣରୁ ହାତରେ ଡିନାମାଇଟ ବିସ୍ପୋରଣ ହୋଇଯାଇଥିଲା ବୋଲି ସ୍ଥାନୀୟ କୁସାଶିଙ୍ଗା ଗ୍ରାମବାସୀଙ୍କ ପକ୍ଷରୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏଠି ବଡ ପ୍ରଶ୍ନ ଯେ ସଚ୍ଚିଦାନନ୍ଦ ଡିନାମାଇଟ ଭଳି ବିସ୍ପୋରକ ସାମଗ୍ରୀ ପାଇଲେ କେଉଁଠୁ । ଡିନାମାଇଟ ବିସ୍ପୋରଣ ନଜାଣି ବିସ୍ପୋରଣ କରୁଥିଲେ କାହିଁକି । ସଚ୍ଚିଦାନନ୍ଦ କେଉଁଠି ବିସ୍ପୋରଣ କରୁଥିଲେ ନଦୀ ରେ ମାଛ ମାରିବା ପାଇଁ ନା ଜମି ରେ ପଥର ଫଟାଇବା ପାଇଁ ଏହା ଏବେ ତଦନ୍ତ ସାପେକ୍ଷ । ଅନ୍ୟପଟେ ବଜାରରେ ବେଆଇନ ଭାବେ ମିଳୁଥିବା ଡିନାମାଇଟ ଭଳି ବିସ୍ପୋରକ ସାମଗ୍ରୀ ଉପରେ ରୋକ ଲଗାଇବା ସହ ଦୋକାନ ଗୁଡିକରେ ହରଭଙ୍ଗା ପୋଲିସ ପକ୍ଷରୁ ତଦନ୍ତ କରି ରେଡ଼ କରିବାର ଆବଶ୍ୟକ ରହିଛି ।