
ପୁରୀ: (ମନୋଜ କୁମାର ବଳୀୟାରସିଂ)ଶୁକ୍ରବାର ପୁରୀ ଝାଡେଶ୍ୱରୀ ମନ୍ଦିର ଛକ ନିକଟରେ ଥିବା ତନ୍ତୀ ମଠ ଠାରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି।ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୮ଜଣ ବ୍ରାହ୍ମଣ (ମୁଖ୍ୟ ପୂଜକ ପ୍ରଶାନ୍ତ କୁମାର ପଣ୍ଡା )ଙ୍କ ଦ୍ୱାରା ପୂଜାକର୍ଯ୍ୟ ସମ୍ପାଦନ କରାଯାଇଥିଲା।ପୂଜା କାର୍ଯ୍ୟ ରେ କର୍ତାଭାବେ ସସ୍ତ୍ରୀକ ଗଗନ ବିହାରୀ ଦାସ ଏବଂ ରଞ୍ଜିତା ଦାସଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ ସମ୍ପନ ହୋଇଥିଲା।
ଏହି ପ୍ରତିଷ୍ଠା କାର୍ଯ୍ୟର ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ମଣ୍ଡଳ ,ଉପସଭାପତି ହୃଷିକେଶ ବେହେରା,କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ନାଥ ଭୂୟାଁ, କୋଷାଧ୍ୟକ୍ଷ ଅନନ୍ତ ପ୍ରସାଦ ଜେନା,ସହ ସମ୍ପାଦକ ଡ଼ମ୍ବୁରଧର ଘଡାଇ ,ଗଦାଧର ବେହେରା,ବିଷ୍ଣୁପଦ ଘଡାଇ,ଉପଦେଷ୍ଟା ମଣ୍ଡଳୀ ଲକ୍ଷ୍ମଣ କୁମାର ମଣ୍ଡଳ ,ପ୍ରଭାକର ମଣ୍ଡଳ ,ଖଗେଶ୍ବର ବେହେରା,ସୁକାନ୍ତ କୁମାର ବେହେରା, ନାରାୟଣ ପ୍ରସାଦ ଦାସଙ୍କ ପୌରହିତରେ ମନ୍ଦିର ପ୍ରତିଷ୍ଠା ର ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା।