ନବରଙ୍ଗପୁର :ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ନେତୃତ୍ୱ ରେ ବିଭାଗୀୟ କର୍ମଚାରୀ ମାନଙ୍କ ସହ, ତଥା ପାପଡାହାଣ୍ଡି ଅବକାରୀ ଥାନା କର୍ମଚାରୀ ମାନଙ୍କ ସହ ତଥା ନବରଙ୍ଗପୁର ଅବକାରୀ ଥାନା କର୍ମଚାରି ମାନଙ୍କ ସହ ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ଚିତ୍ରକୋଟ ଗ୍ରାମ ରେ ଜଣେ ମହିଳା ଆସାମୀ କ୍ଷୀରମଣି ବିଷୋଇ ଙ୍କ ନିକଟରୁ 10 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ 50 ଲିଟର ପୋଚ ଜବତ କରା ଗଲା ଏବଂ ବାଗନାଗୁଡ଼ା ଗ୍ରାମ ର ଜଣେ ଆସମୀ ଭାସ୍କର ବିଷୋଇ ଙ୍କ ନିକଟରୁ 18 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା l

ଆସାମୀ ଦୁଇ ଜଣ ଙ୍କୁ ମାନ୍ୟବର SDJM ଙ୍କ ଅଦାଲତ ରେ ହାଜର କରାଗଲା, ଏହି ଚଢ଼ାଉ ରେ ରେଶମା ସୁନା, ସୁଧାଂଶୁ ଶେଖର ବାଗ, ଆକ୍ରମ ଖାନ ଏବଂ ଉମେଶ ହରିଜନ ସହ ଯୋଗ କରିଥିଲେ l