କେସିଙ୍ଗା: (ପ୍ରୀତେଶ ପଟେଲ)ଭାରତ ର ମିନି ସ୍ଵିଜରଲାଣ୍ଡ କହୁଥିବା କାଶ୍ମୀର ର ପହଲଗାମ ପର୍ଯ୍ୟଟନ ସ୍ଥଳୀ ରେ ତା 22.04.25 ଆତଙ୍କବାଦୀ ମାନଙ୍କ ଦ୍ଵାରା ଧର୍ମ ଆଧାର ରେ ବାଛି ବାଛି ହିନ୍ଦୁ ପର୍ଯ୍ୟଟନ ଙ୍କୁ ଗୁଳି କରି ହତ୍ୟା କରିଥିଲେ | ସାରା ବିଶ୍ୱରେ ଏହି ଆତଙ୍କବାଦୀ ଙ୍କ ରକ୍ତ ଚରିତ ଘଟଣା କୁ ଘୋର ନିନ୍ଦା କରାଯାଇଥିଲା ଏହି ଅବସରରେ କେସିଙ୍ଗା ସହର ରେ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ମହମ ଯାତ୍ରା ଗୌରୀ ଶଙ୍କର ମନ୍ଦିର ରେ ସମାପନ ହୋଇଥିଲା

ସରକାର ଙ୍କ ନିକଟରେ ରେ ଏହି ଘଟଣା ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ | ଆତଙ୍କବାଦ ମୁର୍ଦାବାଦ ସ୍ଲୋଗାନ ଦେଇଥିଲେ | ଉକ୍ତ ମହମ ଶୋକ ଯାତ୍ରା ରେ କେସିଙ୍ଗା ସହର ର ପ୍ରଶାନ୍ତ ବାନାର୍ଜୀ, ପ୍ରୀତେଶ ପଟେଲ,ଅରୁଣ ଅଗ୍ରୱାଲ, ସେମପାଳ ବର୍ମା,ରମେଶ ପଟ୍ଟନାୟକ, ସରିତା ସିନ୍ଦୁର, ବଜରଙ୍ଗ ଜୈନ, ପିଙ୍କୁ ପରିଡା, ଧରଣୀ ନାୟକ, ବିମଳ ବାଗ, ଯୁଗଳ କିଶୋର ଦୀପ, ଉତ୍ତର ମହଲା ,ବିଜଯ ପାଢି, ରଜନ ପାଢି, ସହିତ କେସିଙ୍ଗା ର ଦଳମତ ନିର୍ବିଶେଷରେ ସହର ର ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ସହ ମାନ୍ଯଗଣ୍ଯ ବ୍ଯକ୍ତି ମାନେ ଭାଗ ନେଇଥିଲେ |