
ଧର୍ମଗଡ଼ ତା ୧୭/୪( ହେମନ୍ତ କୁମାର ମାଝୀ)ଜୁନାଗଡ଼ ନବରଙ୍ଗପୁର ସ୍ଵତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ଼ ରୋଡ ଷ୍ଟେସନ୍ ସହରର ଅଳ୍ପ ଦୂରରେ ସ୍ଥାପିତ ପାଇଁ ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ହସ୍ତକ୍ଷେପ ଲୋଡିଥିଲେ ଓ ରେଲ ମନ୍ତ୍ରୀ ଶ୍ରୀ ଅଶ୍ଵିନ ବୈଷ୍ଣବ ଙ୍କ ସହ ନିକଟରେ ପୂରୀ ଠାରେ ଆଲୋଚନା କରିବା ଫଳବତୀ ହୋଇଛି। ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ଙ୍କ ବୈଷୟିକ ମାର୍ଗ ଦର୍ଶନ ରେ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଷୀ ନିକଟର ଭୂବନେଶ୍ଵର ସ୍ଥିତ ପୂର୍ବତଟ ରେଳବାଇ ର ମୂଖ୍ୟ କାର୍ଯ୍ୟାଳୟ ଠାରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ବ ରେ ଥିବା ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ଶ୍ରୀନିବାସ ରାଓ ଙ୍କୁ ଭେଟି ଏସମ୍ପର୍କରେ ବିସ୍ତୃତ ଆଲେଚନା କରିଥିଲେ।
ମାନ୍ୟବର ବିଧାୟକ ଙ୍କ ଉଦ୍ୟାମ ଫଳରେ ଏହି ପ୍ରକଳ୍ପର ଦାଇତ୍ୱ ରେ ଥିବା ଡେପୁଟି ଚିଫ ଇଞ୍ଜିନିୟର ଶ୍ରୀ ମିନେକେଶ୍ଵର ଆଜି ଧର୍ମଗଡ଼ ରେ ପହଞ୍ଚି ବିଧାୟକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଓକିଲ ସଂଘ କର୍ମକର୍ତ୍ତା ବିଜେପି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ପୃର୍ବତନ ସଭାପତି ଧନଞ୍ଜୟ ପାତ୍ର ଓ ଦେବେନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରେ ପ୍ରସ୍ତାବିତ ଧର୍ମଗଡ଼ ରେଲ ଷ୍ଟେସନ ସହର ଅଳ୍ପ ଦୂରରେ ହେଉଥିବା ମ୍ୟାପ ଦେଖାଇଥିବା ମାନ୍ୟବର ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ପ୍ରସ୍ତାବିତ ଧର୍ମଗଡ଼ ରୋଡ଼ ଷ୍ଟେସନ୍ ଅଞ୍ଚଳ କୁ ନେଇ ବୁଲି ଦେଖାଇଥିଲେ ଦେଖାଇଥିଲେ।
ଖୁବଶୀଘ୍ର ଏହି ଅଞ୍ଚଳ ସର୍ଭେ କାର୍ଯ୍ୟ ଆରମ୍ଭ ହେଵ ବୋଳି ରେଳବାଇ ବିଭାଗ ର ବରିଷ୍ଠ ଅଧିକାରୀ ଶ୍ରୀ ରାଓ ପ୍ରକାଶ କରିଥିଲେ କ୍ଷେତ୍ର ପରିଦର୍ଶନ ସମୟରେ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମେତ ହିମାଂଶୁ ଶେଖର ପଣ୍ଡା, ମନିନ୍ଦ୍ର ଭୁଷଣ ପାତ୍ର ସମେତ ଧର୍ମଗଡ଼ ଅଞ୍ଚଳର ଵହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ଉଦ୍ୟାମ ରେ ଧର୍ମଗଡ଼ ଷ୍ଟେସନ ସହର ଅତି ନିକଟ ରେ ହେଉଥିବା ରୁ ସବୁ ବର୍ଗ ର ଲୋକଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଉଛି।