ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ, ତିଲେଶ୍ୱର ଠାରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବାର୍ଷିକ ଉତ୍ସବ ସାଧାରଣ ସଭାରେ ନିମନ୍ତ୍ରିତ ଅତିଥି ଗଣ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ବୌଦ୍ଧ ଜିଲ୍ଲା ପାଳ ସୁବ୍ରତ କୁମାର ପଣ୍ଡା, ଏ ଡି ଏମ ଅନିରୁଦ୍ଧ ପ୍ରଧାନ,ମୁଖ୍ୟ ବକ୍ତା ଘନଶ୍ୟାମ ମେହେର,ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମଂଚାସୀନ ରହିଥିଲେ l

ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ପୂଜାର୍ଚନା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ମଂଚାସୀନ ଅତିଥି ଗଣ ଶିକ୍ଷା, ଆତ୍ମ ନିହିର୍ତ୍ତ ଗୁଣ, ଲୁକାୟିତ ପ୍ରତିଭା କୁ ସଦୁପଯୋଗ କରିବା ପାଇଁ ନିଜ ନିଜ ବକ୍ତବ୍ୟ ରେ ମତ ରଖିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀ ବିଦ୍ୟାଳୟ ବାର୍ଷିକ ଉତ୍ସବ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ରମେଶ ସାମଲ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅଥିତି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ବାର୍ଷିକ ଉତ୍ସବ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା, ଶିକ୍ଷକ ଶିକ୍ଷୟିତ୍ରୀ, ଓ କର୍ମଚାରୀ ସହଯୋଗ କରିଥିଲେ l