କେସିଙ୍ଗା (ପ୍ରୀତେଶ ପଟେଲ) କଳାହାଣ୍ଡି କିଲ୍ଲା ସଦର ଥାନା ଅନ୍ତର୍ଗତ ପାଷ୍ଟିଗୁଡ଼ି ଗାଁ ନିକଟର ଚାଉଳ ବୋଝେଇ ଟ୍ରକ କୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଦୁଇଟା ଟ୍ରକ ଜଳି ଯାଇଥିଲା |କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି-ନାସିଗାଁ ମଝିରେ ଏକ ଚାଉଳ ବୋଝେଇ ଟ୍ରକ ଗତ ରାତ୍ରି ସନ୍ଧ୍ୟା ୭ଟା ଅଟକି ରହିଥିଲା।
ଡ୍ରାଇଭର ଓ ହେଲପର୍ ରୋଷେଇ କରି ଖାଇ ଶୋଇଥିବା ବେଳେ ଆଜି ସକାଳ ଭୋର ୪ଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେବାରୁ ନିଆ ଲାଗି ଯାଇଥିଲା। ଡ୍ରାଇଭର ଉପରେ ନିଆ ଲାଗି ଯିବାରୁ ଘଟଣା ସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା।
ତେବେ କୋଇଲା ବୋଝେଇ ଟ୍ରକ୍ ଡ୍ରାଇଭର ଓ ହେଲପର୍ ଫେରାର ଅଛନ୍ତି।ସ୍ଥାନୀୟ ନାସିଗାଁ ର ପୂର୍ବତନ ସରପଞ୍ଚ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ୩ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି।