ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ (କଙ୍କଲା) ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ସମୟରେ ନଭେମ୍ବର ୧୧ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ମହାସମାରୋହରେ ପାଳିତ ହେବ। ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜଙ୍କ ଉପସ୍ଥିତରେ ମହା ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱରେ ମଠ ପରିସରରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଅନ୍ତିମ ପ୍ରସ୍ତୁତି ଓ ବିଭାଗ ବଣ୍ଟନ କରାଯାଇଥିଲା l ଯଜ୍ଞର ଉଦ୍ୟେକ୍ତା ତଥା ଶ୍ରୀ ରାଧାମାଧବ ସେବାଶ୍ରମର ମୁଖ୍ୟ ଆଚାର୍ଯ୍ୟ ଶ୍ରୀ ବ୍ରହ୍ମଚାରୀ ଆଦିତ୍ୟ ଦାସ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ ସହିତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ପାଞ୍ଚ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବୈଠକ ରେ ଉପସ୍ଥାପନା କରିଥିଲେ l ଯଜ୍ଞର ଅନ୍ୟତମ ମାର୍ଗଦର୍ଶକ ବାବା ଲଷ୍ମଣ ଦାସ ଯଜ୍ଞ ପରିଚାଳନା ଉପରେ ଆଲୋକପାତ କରିଥିଲେ l
ବିଭିନ୍ନ ଆଲୋଚନାରେ ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଡ଼,ଯଜ୍ଞ କମିଟି ସମ୍ପାଦକ କୃତ୍ତିବାସ ପଲିଆ,ସହ ସମ୍ପାଦକ ଶୁଶାନ୍ତ ବାଘ ଓ ଆକାଶ ଜେନା, କୋଷାଧ୍ୟକ୍ଷ ମୟସେନ ରଣା ଯୁଗ୍ମ କୋଷାଧ୍ୟକ୍ଷ ମନୋଜ ମହାକୁଡ଼, ଦେବବ୍ରତ୍ତ ମେହେର କାର୍ଯ୍ୟକାରୀ ସଦସ୍ୟ ,ବିଶିକେଶନ ପ୍ରଧାନ, ଶମ୍ଭୁ ଗିରି,ଉତ୍ତମ ବେହେରା, କରୁଣାକର ଘଣ୍ଟୁଆଳ, ଦୁଷ୍ମନ୍ତ ପୃଷ୍ଟି,ପ୍ରଶାନ୍ତ କୁମାର ସେଠି, ଶ୍ରୀପତି ମହାକୁଡ଼, ଶ୍ରୀକ୍ଷେତ୍ର ମହାକୁଡ଼, ବିଦେଶୀ ସାହୁ,ଶଶାଙ୍କ ଶେଖର ପ୍ରଧାନ,ଦେବାଶିଷ ପ୍ରଧାନ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କମିଟି ଗଠନ କରାଯାଇ ଅର୍ଥ କମିଟି ମୁଖ୍ୟ ମୟସେନ ରଣା, ନାମଯଜ୍ଞ କମିଟି ମୁଖ୍ୟ ଅଖଣ୍ଡ ମହାକୁଡ଼,ଆଲୋଚନା ପ୍ରକାରେ ଏକ ସ୍ମରଣିକା ପୁସ୍ତକ ପ୍ରକାଶନ, ମହାନଦୀ ସୁରକ୍ଷା ନିମନ୍ତେ ଏକ ନୌକା ଯାତ୍ରା ଆୟୋଜନ, ଆୟୁର୍ବେଦ ବୃକ୍ଷ ରୋପଣ ଓ ବୈଦ୍ୟ ସମ୍ମେଳନ, ଗୋ ସୁରକ୍ଷା ଓ ସନ୍ଥ ସମ୍ମେଳନ, ପାରମ୍ପରିକ କଳା ପ୍ରଦର୍ଶନ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଓ ଜପ ଯଜ୍ଞ ସହିତ ଯୋଗ, ପ୍ରଣା୍ୟାମ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜନ ହେବାକୁ ଆୟୋଜନ କମିଟି ତରଫରୁ ପ୍ରକାଶ କରିଥିଲେ l