ମୁନିଗୁଡ଼ା ତା ୨୮/୧୦ (ରମାକାନ୍ତ ପଡ଼ାଲ୍ରା)ୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଗସ୍ତରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା,ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି l ପ୍ରଥମେ ତାଙ୍କୁ ଦଳ ତରଫରୁ ସ୍ୱାଗତ କରିବା ପରେ ବସଷ୍ଟାଣ୍ଡ ଛକ ନିକଟରେ ଥିବା ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ପରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ଦଳୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଉନ୍ନୟନ ବିଷୟରେ ଆଲୋଚନା କରିଥିଲାବେଳେ l ଏହା ପରେ ମୁନିଗୁଡାର ରେଳ ଷ୍ଟେସନରେ ପହଞ୍ଚି ଅମୃତ ଭାରତ ଯୋଜନାରେ ଚାଲିଥିବା କାର୍ଯ୍ୟ ଗୁଡିକର ତଦାରଖ କରିବା ସହ ଷ୍ଟେସନ ମେନେଜର ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ l

ମୁନିଖୋଲ ପଞ୍ଚାୟତର ସକଟା ଠାରେ ଥିବା ସକଟା ଜଳ ସେଚନର ଚେକ୍ ଡେମର ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୁଦ୍ରଜଳ ସେଚନ ବିଭାଗର କନିଷ୍ଠଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ l ଏନେଇ ସମ୍ପୃକ୍ତ ବିଭାଗର ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଚେକଡେମ କାର୍ଯ୍ୟ କରାଯିବ ବୋଲି ସାଂସଦ ଚାଷି ମାନଙ୍କୁ ପ୍ରତିଶୃତି ଦେଇଥିଲେ l ଏଥିସହ ମୁନିଗୁଡାର ଦୀର୍ଘ ଦିନର ଦାବି ଏକ ବାଇପାସ ରାସ୍ତା,ଏକଲବ୍ୟ ଓ କେନ୍ଦ୍ରୀୟ ବିଦ୍ୟାଳୟ,ଆଇଟିଆଇ କଲେଜ ସ୍ଥାପନ କରିବା ସହ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଥିଲେ l

ସାଂସଦଙ୍କ ଗସ୍ତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧଵ ହିକ୍ କା,ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର,ସାଂସଦ ପ୍ରତିନିଧି ରଜନୀକାନ୍ତ ପଡାଲ , ପୂର୍ବତନ ସାଂସଦ ପ୍ରତିନିଧି ମାନସ ରଂଜନ ବେହେରା, ଚିତ୍ତ, ବାଦଲ ବେହେରା, ବିଷମକଟକ ସାଂସଦ ପ୍ରତିନିଧି ଦିଲ୍ଲୀପ ପଟ୍ଟନାୟକ, ପୂର୍ବ ତନ ବ୍ଲକ ଉପାଧ୍ୟକ୍ଷ , ସୁର୍ଯ୍ୟ ପାଲକିଆ, ବରିଷ୍ଠ କଂଗ୍ରେସ ନେତା ରମେଶ ପାଲକିଆ,ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l