ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ବିଶ୍ୱ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା, ବ୍ୟକ୍ତି ବିକାଶ କେନ୍ଦ୍ର ବୌଦ୍ଧ ଶାଖା ତରଫରୁ ଛଅ ଦିନିଆ ଆନନ୍ଦ ଅନୁଭୂତି ଶିବିର ଉଦଯାପିତ ହୋଇଯାଇଛି l ଯୋଗ ଶିକ୍ଷକ ରଞ୍ଜନ କୁମାର ସାହୁ, ଡ. ମମତା ମିଶ୍ରଙ୍କ ମାର୍ଗଦର୍ଶନରେ ବରୁଣ କୁମାର ମହନ୍ତ ଓ ମନୋଜ କୁମାର ମହନ୍ତ ଯୋଗ ଶିକ୍ଷା ପ୍ରଦାନ କରିଥିଲେ l ଆଖ ପାଖ ଗ୍ରାମର ୨୬ ଜଣ ଅଂଶ ଗ୍ରହଣ କରିଥିଲେ l

ଶିବିରରେ ଯୋଗ, ପ୍ରାଣାୟମ, ଆସନ ସହିତ ସୁଦର୍ଶନ କ୍ରିୟା ଶିକ୍ଷା ଦ୍ୱାରା ମଣିଷ ଜୀବନରେ ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତି, ମନରେ ଏକାଗ୍ରତା, ଦୃଢ଼ ଆତ୍ମବିଶ୍ୱାସ, ପାରିବାରିକ ସୁସମ୍ପର୍କରେ ଉନ୍ନତି, ଆଧ୍ୟାତ୍ମିକତାର ବିକାଶ, ଚିନ୍ତାମୁକ୍ତ ଏବଂ ଆନନ୍ଦମୟ ଜୀବନ ବଞ୍ଚିବାର କଳା ଶିଖାଇବା ସହିତ ସାଧାରଣ ମଣିଷ ଜୀବନରେ ଏକ ରୋଗମୁକ୍ତ ଶରୀର ଓ ଚିନ୍ତାମୁକ୍ତ ମନ, ମାନସିକ ଦୁଶ୍ଚିନ୍ତା ଓ ବିଷଦରୁ ମୁକ୍ତି, ମାନସିକ ଉଦବେଗ ଓ ଉତ୍କଣ୍ଠା ରୁ ମୁକ୍ତି, ଅବସାଦ, ଭୟ ଓ ଆଶଙ୍କରୁ ମୁକ୍ତି, ନକରାତ୍ମକ ଚିନ୍ତାରୁ ମୁକ୍ତି ଇତ୍ୟାଦି ଲାଭ ହେବ ବୋଲି କହିଥିଲେ l

ଉକ୍ତ କାର୍ଯ୍ୟକ୍ରମକୁ ଆର୍ଟ ଅଫ ଲିଭିଙ୍ଗ ବୌଦ୍ଧ ଶାଖାର ସ୍ବେଛାସେବୀ ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, ରଜନୀକାନ୍ତ ରାଉତ, ସରୋଜ କୁମାର ସାହୁ,କୃତ୍ତିବାସ ପଲିଆ, ସୋରଜ କୁମାର ଭୋକ୍ତା, ହରେନ ଲାଲ ଓ ସଂଜୀବ କୁମାର ସାହୁ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ l ଆନନ୍ଦ ଅନୁଭୂତି ଶିବିରର ଉଦଯାପନୀ ଉତ୍ସବରେ ଆର୍ଟ ଅଫ ଲିଭିଂର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜୀବନରେ ବଞ୍ଚିବାର ଶୈଳୀ ଓ ନିଜର ଅନୁଭୂତି ଉପରେ ଆଲୋକପାତ କରିଥିଲେ l ସଂମ୍ମାନିତ ଅତିଥି ଭାବେ ଆର୍ଟ ଅଫ ଲିଭିଂର ବୌଦ୍ଧ ଜିଲ୍ଲା ସଂଯୋଜିକା ଡ. ମମତା ମିଶ୍ର, ଅର୍ଥ ଅଫ ଲିଭିଂ ଶିକ୍ଷକ ବରୁଣ କୁମାର ମହନ୍ତ ଓ ମନୋଜ କୁମାର ମହନ୍ତ ମଞ୍ଚାସିନ ଥିଲେ l