 
									ହରଭଙ୍ଗା ୧୭/`୧୦ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ପୂଜା ମଣ୍ଡପ ରେ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବର ରେ ପାଳିତ ହୋଇ ଯାଇଛି।ବ୍ଲକ ର ବାମଣ୍ଡା, କରଞ୍ଜକଟା, ହରଭଙ୍ଗା, ଆଡ଼େନିଗଡ଼ ଆଦି ସ୍ଥାନ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି। ପୂଜାମଣ୍ଡପ ମାନଙ୍କରେ ଭକ୍ତ ଙ୍କ ସମାଗମ ସହ ଶାନ୍ତି ଶୃଙ୍ଖଳା ର ସହିତ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବିଭିନ୍ନ ପୂଜାକମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ହରଭଙ୍ଗା ର କୁଇଲି ସାହି ଠାରେ ଏହି ଗଜଲକ୍ଷ୍ମୀ ପୂଜା ଦୀର୍ଘ କୋଡ଼ିଏ ବର୍ଷ ହେବ ପାଳିତ ହୋଇ ଆସିଛି।ଏଥିରେ ପୂଜକ ଭାବେ ହରିହର ପୁରହିତ କାର୍ଯ୍ୟଭାର ତୁଲାଉ ଥିବା ବେଳେ, ସଭ୍ୟ ବବଲୁ ଖଡ଼ିରତ୍ନ, ପ୍ରଫୁଲ ସାହୁ, ପବିତ୍ର ସାହୁ, ବାସୁଦେବ ଡନାୟକ ସୁଶିଳ ଖଡ଼ିରତ୍ନ, ଚିନୁ ସାହୁ, ଶତ୍ରୁଘନ ଭୋକ୍ତା ପ୍ରଭୃତି ସହଯୋଗ କରିଥିଲେ। ଏହି ଗଜଲକ୍ଷ୍ମୀ ପୂଜା ଅବସରରେ ଏକ ବାଳକ ଭୋଜନ କରି ଅଞ୍ଚଳ ର ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଖୁବ ଧୁମଧାମ ରେ ଏହି ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଥିବା କଥା ବିଭିନ୍ନ ଭକ୍ତ ଙ୍କ ତରଫରୁ ଶୁଣିବାକୁ ମିଳିଥିଲା।
 
									
 
					