ଧର୍ମଗଡ଼ ତା. ୯. ୧୦(ହେମନ୍ତ କୁମାର ମାଝୀ)ବିଜୁ ଜନତା ଦଳ ର ଶାସନ ରେ ଅତିଷ୍ଠ ହୋଇ ଗୋଲାମୁଣ୍ଡା ବ୍ଲକ ର ପନ୍ଦର ଜଣ ସମିତି ସଭ୍ୟ/ସଭ୍ୟା ସରପଞ୍ଚ ବିଜୁ ଜନତା ଦଳ ଛାଡି ଆଜି ଗୋଲାମୁଣ୍ଡା ବ୍ଲକ ସ୍ଥିତ ତୁମୁରା ଠାରେ ହୋଇଥିବା ମିଶ୍ରଣ ପର୍ବ ରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱ ରେ ବିଜେପି ରେ ସାମିଲ ହୋଇଛନ୍ତି l

ଆଜି ଗୋଲାମୁଣ୍ଡା ଗ୍ରା.ପ ର ସମିତି ସଭ୍ୟା ବନିତା ନାଏକ,ବଡ଼ଚେରଗାଁ ରୁ ରୋହିଣୀ ମହାନ୍ତି, ବୃନ୍ଦାବହାଲ ରୁ ଗୋରେଖ ବିଶି, ଟେମିରି ରୁ ଅଞ୍ଜଳି ନାଏକ, ବୋର୍ଡି ରୁ ସସ୍ମିତା ମାଝୀ, ନୂଆଗାଁ ରୁ ରମେଶ ଶବର, ଫୁଣ୍ଡା ରୁ ଉପେନ୍ଦ୍ର ନାଗ, ବୋରଗୁଡା ରୁ ସଂଯୁକ୍ତା ମସ୍ରା,ଖାଲିଆକାନୀ ରୁ ସସ୍ମିତା ମଙ୍ଗରାଜ, ନକଟିକାନୀ ରୁ ମହିରାମ ମାଝୀ, ଉଦେସୁରୁଙ୍ଗ ରୁ ଚୈତନ୍ୟ ମାଝୀ, ଲେତେର ରୁ ସପୁରି ଭୋଇ, ଉଚ୍ଚଳା ରୁ ବିଜୟା ବାଗ ସମେତ ତେର ଜଣ ସମିତି ସଭ୍ୟ/ସଭ୍ୟା ଯୋଗଦାନ ଦେଲା ବେଳେ ମାନଝରି ରୁ ଜଗୁଜୀବନ ଅଘରିଆ, ଲେତେର ରୁ ଦମୟନ୍ତୀ ଭୋଇ ଦୁଇ ଜଣ ସରପଞ୍ଚ ଯୋଗଦାନ ଦେଇଥିଲେ l ଆମେ ମୋଦି ସରକାର ଓ ମୋହନ ସରକାର ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗଦାନ ଦେଲୁ ବୋଲି ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମତ ପ୍ରକାଶ କରିଥିଲେ l

କାର୍ଯ୍ୟକ୍ରମ ରେ ବିଜେପି ସଦସ୍ୟ ଅଭିଯାନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା, ବିଜେପି ସଦସ୍ୟ କେମିତି ଗ୍ରହଣ କରାଯିବ ସେ ବିଷୟରେ କର୍ମୀ ମାନଙ୍କୁ ଉସ୍ରାହିତ କରିଥିଲେ l କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତି ତ୍ରାଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ସଦର ବିଧାୟକ ଅନାମ ନାଏକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋଜ ମେହେର, ସଦସ୍ୟ ଅଭିଯାନ ର ଜିଲ୍ଲା ପ୍ରମୁଖ ଅଜୟ ପାଣିଗ୍ରାହୀ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ପୂର୍ବତନ ଜୁନାଗଡ଼ ନଗରପାଳ ସୁଧାଂଶୁ ବରାଡ଼,ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ନିରୁପମା ନାଏକ, ଜିଲ୍ଲା ସମ୍ପାଦିକା କାଞ୍ଚନ ବାଗ, ବରିଷ୍ଠ ବିଜେପି ନେତା ଲଳିତ ପ୍ରଧାନ, ବୈଶାଖୁ କେତକୀ, ରଜତ ପଟେଲ, ବୃଷବ ନାଏକ, ଭାଗ୍ୟବାନ ବାଗ, ଜୟନ୍ତ ସିଂ, ମନୋଜ ଅଗ୍ରୱାଲ ପ୍ରମୁଖ ମଞ୍ଚଶୀନ ଥିବା ବେଳେ ଲକ୍ଷ୍ମୀ ନାରାୟଣ ବାଣୁଆ ମଞ୍ଚ ପରିଚାଳନା କରିଥିଲେ।