ହରଭଙ୍ଗା 2/8(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣିଭୂଷଣପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଜିଲ୍ଲା ଶ୍ରମବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ଙ୍କ କାର୍ଡ ଯାଞ୍ଚ ଓ କାର୍ଡ ନବୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ କାର୍ଡ ପାଇଁ ଆବେଦନ କରିଥିବା ନିର୍ମାଣ ଶ୍ରମିକ ଙ୍କ କାଗଜପତ୍ର ର ଯାଞ୍ଚ ଓ ପୁରୁଣା କାର୍ଡ ର ନବୀକରଣ କରାଯିବା ସହିତ ଶ୍ରମିକ ମାନଙ୍କୁ ସରକାରଙ୍କ ବିଭିନ୍ନ ସହାୟତା ରାଶି ଉପରେ ସଚେତନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ, ସହକାରୀ ଶ୍ରମଅଧିକାରୀ ଜ୍ୟୋତି ରଞ୍ଜନ ବାରିକ, ଡାଟା ଏଣ୍ଟ୍ରି ଅପରେଟର କାନ୍ହୁ ଚରଣ ମହାରଣା ଉପସ୍ଥିତ ଥିବା ବେଳେ, ଶ୍ରମିକ ନେତା ଅବକାଶ ସାହୁ ଓ ଅଶୋକ କୁମାର ମିଶ୍ର ଙ୍କ ସହିତ ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ଶିବିର କୁ ହରଭଙ୍ଗା ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ନିର୍ମାଣ ଶ୍ରମିକ ଆସିଥିଲେ। ସମସ୍ତ ନିର୍ମାଣ ଶ୍ରମିକ ଙ୍କ କାର୍ଡ ଯାଞ୍ଚ କରିବା ସହିତ ନୂତନ ଆବେଦନକାରୀ ଙ୍କ କାଗଜପତ୍ର ଯାଞ୍ଚ ମଧ୍ୟ କରାଯାଇଥିଲା।