୧୫ ଲକ୍ଷ ଦେବେ ବୋଲି କହିଥଲେ କୁଆଡେ ଗଲା ;- କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର :  (ସଞ୍ଜୟ ମହାନ୍ତି )ଓଡ଼ିଶାରେ ସରକାର ଗଠନ କରିବ ବିଜେଡି। ବର୍ତ୍ତମାନ ସୁଦ୍ଧା ସରିଥିବା ନିର୍ବାଚନରେ ରାଜ୍ଯରେ ସରକାର ଗଠନର ମ୍ଯାଜିକ୍ ନମ୍ବର ହାସଲ କରିସାରିଲାଣି ବିଜୁ ଜନତା ଦଳ। ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।ବିଜେଡି ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇ ଛନ୍ତି  ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଏଭଳି ଦମ୍ଭୋକ୍ତି ଭରା ଧାଡି କହିଛନ୍ତି ପାଣ୍ଡିଆନ। ଚଳିତ ନିର୍ବାଚନରେ ବିଜେଡି ସୁଇପ କରୁଛି। ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ୮୦ରୁ ୮୫ ପ୍ରତିଶତ ଆସନରେ ବିଜୟ ହାସଲ କରିସାରିଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍।

ସେ କହିଛନ୍ତି- ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରି ସରକାର କରିବ। କେନ୍ଦ୍ରର ଡବଲ ଇଂଜିନ ସରକାରକୁ ନେଇ ନବୀନ ଇଂଜିନ ସରକାରର ଦେଖାଇଛନ୍ତି ତୁଳନାତ୍ମକ ଚିତ୍ର। ରାଜ୍ୟରେ ପ୍ରାୟ ୯୮ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଇବେ। ଡବଲ ଇଂଜିନ ସରକାରରେ ମାତ୍ର ୫ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଉଛନ୍ତି।ଆୟୁଷ୍ମାନ ଭାରତରେ ୫୦ ପ୍ରତିଶତ ସାମିଲ ହେବେ କିନ୍ତୁ ବିଏସକେୱାଇରେ ପ୍ରାୟ ୧୦୦ ପ୍ରତିଶତ ସାମିଲ ହେବେ।

ବିଏସକେୱାଇରେ ୧୦ ଲକ୍ଷ ଯାଏ ଚିକିତ୍ସା ସହାୟତା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ସେମାନେ ଦେବେ ୫ ଲକ୍ଷ। ରାଜ୍ୟ ମମତା ଯୋଜନାରେ ୧୦ ହଜାର ଦେଉଥିବାବେଳେ ଡବଲ ଇଂଜିନରେ ୫ ହଜାର ଟଙ୍କା ଦେଉଛି କେନ୍ଦ୍ର। କେନ୍ଦ୍ର ୩ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେଉଥିବାବେଳେ ନବୀନ ୧ ହଜାର ଟଙ୍କା ଭତ୍ତା ଦେଉଛନ୍ତି । ଏଇଟା ହେଉଛି ଡବଲ ଇଂଜିନ ଓ ନବୀନ ଇଂଜିନ ଭିତରେ ଫରକ। ସେମାନେ ଯାହା କହୁଛନ୍ତି ମିଛ କଥା କହୁଛନ୍ତି। ମା’ ମାନେ ୫୦ ହଜାର ଟଙ୍କା ପାଇବେ ବୋଲି କହୁଛନ୍ତି, ୧୫ ଲକ୍ଷ ଦେବେ ବୋଲି କହିଥଲେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।