କେସିଙ୍ଗା : (ପ୍ରୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ବୋରିଆ ବାଲି ଘାଟ ରୁ ବାଲି ମାଫିଆ ଦିନ ଦୁଇ ପ୍ରହରେ ବାଲି ଉତ୍ତୋଳନ କରି ଚାଲାଣ କରୁଥିଲେ ମଧ୍ୟ ପ୍ରଶାସନ ଅନ୍ଧ ଧୃତରାଷ୍ଟ୍ର ଭଳି ଆଖି ବୁଜି ଦେଇଥିବା ଜଣାପଡିଛି ।କେସିଙ୍ଗା ବ୍ଲକ ର ବୋରିଆ ଘାଟ ରୁ ଦିନ ବେଳା ମେସିନ୍ ଯୋଗେ ବାଲି ଉତ୍ତୋଳନ କରାଯାଇ କେସିଙ୍ଗା ସହର ତଥା ସହର ବାହାରକୁ ଚାଲାଣ କରାଯାଉଥିବା ସୂଚନା ରହିଛି ।

କିନ୍ତୁ ଖଣିଜ ବିଭାଗ ଏଥି ପ୍ରତି ଆଖି ବନ୍ଦ କରିଦେଇଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର୍ ହେଉଛି ।ବିଭାଗୀୟ ଅଧିକାରୀ ଙ୍କୁ ଏ ବିଷୟ ରେ ପଚାରିବାରୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଚିଠି ରେ କୌଣସି ଜାଗାରେ ଲେଖା ଯାଇନାହିଁ ଯେ ଦିନ ବେଳେ ବାଲି ଉତ୍ତଲୋନ କରାଯାଇପାରିବ ନାହିଁ ବୋଲି ମତ ପ୍ରକାଶ କରିବା ସହିତ ମେସିନ୍ ଲଗାଇବା ଉପରେ ମଧ୍ୟ କୌଣସି ନିର୍ଦ୍ଦେଶ ନ ଥିବା ବାଲି ଲିଜ୍ ଧାରି ଙ୍କ ସହିତ ଏଗ୍ରିମେଣ୍ଟ ରେ ଯାହା ନିର୍ଦ୍ଦେଶ ଥିବ ସେହି ଆକାର ରେ ମେସିନ୍ ବ୍ୟବହାର କରିହେବ ବୋଲି କହିଥିଲେ ।

କିନ୍ତୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶ ନାମା ରେ ସିଧାସଳଖ ସକାଳ ୭ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ବାଲି ଉତ୍ତୋଳନ ଓ ଚାଲାଣ ଉପରେ ରୋକ ଲଗାଇଥିବା ଜଣାପଡିଛି ।ପଡୋଶୀ ରାୟଗଡ଼ା ଜିଲ୍ଲା ର ଖଣିଜ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଗତ କିଛି ଦିନ ତଳେ ଜିଲ୍ଲା ର ସମସ୍ତ ବାଲି ଲୀଜ୍ ଧାରୀ ମାନଙ୍କୁ ଚିଠି କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଖଣିଜ ବିଭାଗ କାହିଁକି ଓ କେଉଁ ସ୍ବାର୍ଥ ରେ ଏହାକୁ ପାଳନ କରିବା ପାଇଁ କୁଣ୍ଠା ବୋଧ କରୁଛି ସେଥି ପ୍ରତି ସନ୍ଦେହ ସୃଷ୍ଟି ହେଉଛି ।ପ୍ରତି ଦିନ ହାଇୱା ଯୋଗେ ଜିଲ୍ଲା ର ବିଭିନ୍ନ ସ୍ଥାନକୁ ବାଲି ଚାଲାଣ ହେଉଥିବାର ଚର୍ଚା ହେଉଥିବା ବେଳେ ଜିଲ୍ଲା ଖଣିଜ ବିଭାଗ କାହା ସ୍ବାର୍ଥ ରେ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ ବୁଝାପଡୁନି ।ନିଜ ପକେଟ ଗରମ କରିବା ଉଦ୍ଦେଶ୍ୟ ରେ ଖଣିଜ ବିଭାଗ ହାତ ବାନ୍ଧି ବସି ରହିଛି କି ,? ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

ଖଣିଜ ବିଭାଗ କଣ ହାଇକୋର୍ଟ ଙ୍କ ଉପରେ କି କାହିଁକି ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ କଡାକଡି ଭାବେ ପାଳନ କରୁନାହିଁ ଖଣିଜ ବିଭାଗ ।ଖଣିଜ ବିଭାଗ
ବୋରିଆ ବାଲିଘାଟ ବାଲିଘାଟ ର ବାଲି ଲିଜ ଧାରୀ ଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।ବୋରିଆ ବାଲିଘାଟ ରୁ କେତେ ପରିମାଣ ର ବାଲି ଉଠିବ ,,ଲାଇନ୍ ଧାରୀ କିଏ ,କେତେ ବର୍ଷ ପାଇଁ ବାଲି ଘାଟ ର ଲିଜ ଦିଆଯାଇଛି ତାହାର ତଥ୍ୟ ମଧ୍ୟ ବାଲିଘାଟ ନିକଟ ରେ ଲଗାଯାଇନାହିଁ । କେତେ ଅଞ୍ଚଳ ରୁ ବାଲି ଉଠିବ ତାହାର ସୀମା ମଧ୍ୟ ନିର୍ଧାରଣ ବାଲିଘାଟ ରେ ଦେଖାଯାଉନାହିଁ ।

ଏଭଳି କ୍ଷେତ୍ର ରେ ବାଲିଘାଟ ମାଲିକ କେତେ ବାଲି ଉଠାଇଲେ ଓ କେଉଁ ଅଞ୍ଚଳ ରୁ ଉଠାଇଲେ ତାହା ଜାଣିବା କଷ୍ଟ କର ହୋଇପଡ଼ିଥିବା ବେଳେ ,ନିର୍ଦ୍ଧିଷ୍ଟ ପରିସୀମା ବାହାରୁ ବାଲି ଉଠାଉଥିବା ମଧ୍ୟ ସାଧାରଣରେ ଚର୍ଚା ହେଉଛି ।କେବେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ବିଭାଗ କଡାକଡି ଭାବେ ପାଳନ କରିବ ଓ ଏହି ଦିନ ବେଳା ବାଲି ଚାଲାଣ କାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା ।ଅତି ଶୀଘ୍ର ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶାବଳୀ କୁ ସାଧାରଣ ରେ ପ୍ରକାଶ କରି ବାଲି ଲିଜ ଧାରୀ ମାନଙ୍କୁ ଜଣାଇ ଦେବାକୁ ସାଧାରଣରେ ଦାବୀ ହେଉଛି।