କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ରେ ନିର୍ମାଣଧୀନ କୃଷି ବିଭାଗ ର ଏକ ବ୍ୟୟବହୁଳ କୋଠା କାର୍ଯ୍ୟ ରେ ନିନ୍ମୋମାନର ହେଇଥିବା ବେଳେ ବର୍ତ୍ତମାନ ଉକ୍ତ କୋଠା ର ୪ ସ୍ଥାନରେ ଭିତି ପ୍ରସ୍ତର ଧସିଯାଇଛି । ସ୍ଥାନୀୟ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ର ନୀରବତା ବର୍ତ୍ତମାନ ସାଧାରଣ ରେ ସନ୍ଦେହ ସୃଷ୍ଟି କରିଛି ।

ବ୍ୟୟବହୁଳ ଖର୍ଚ୍ଚ ରେ କୃଷି ବିଭାଗ ପକ୍ଷରୁ ଏକ ନିର୍ମାଣ ଧୀନ କୋଠା କାଶୀପୁର ସଦର ମହକୁମା କୃଷି ବିଭାଗ କାର୍ଯ୍ୟାଳୟ ପଛ ପଟେ ଗତ ୪ ମାସ ଉର୍ଦ୍ଧ୍ବ ହେବ ଚାଲି ଆସୁଛି । ଠିକାଦାର ଉକ୍ତ କାମ କୁ “ଘର ପ୍ରବେଶ ପୂର୍ବରୁ ଚାଳ ବାଜିଲା ଭଳି ” ନିର୍ମାଣ ସମୟ ରୁ ଭିତି ପ୍ରସ୍ତର କାର୍ଯ୍ୟ ରୁ ହିଁ ନିନ୍ମୋମାନର କାମ ଚଳେଇ ଆସୁଥିଲେ । କାର୍ଯ୍ୟ ରେ ନିନ୍ମୋମାନର ସ୍ଥାନୀୟ ସାମଗ୍ରୀ ସହ ସାମଗ୍ରୀ ମିଶ୍ରଣ ରେ ହେରଫେର କରିଆସୁଥିଲେ । ଏହାକୁ ଦେଖି ସାଧାରଣ ରେ ଠିକାଦାର ଙ୍କୁ ତାଗିତ କରାଯାଇଥିଲା । ଏଥିସହ କାଶୀପୁର ସ୍ଥିତ ବିଭାଗୀୟ ଅଧିକାରୀ ଙ୍କୁ ବି ଅଭିଯୋଗ କରାଯାଇଥିଲା । କିନ୍ତୁ ଏସବୁ ସତ୍ପେ ଠିକାଦାର ଙ୍କୁ ଏକ ପ୍ରକାର ବିଭାଗୀୟ ସଂଗ୍ରକ୍ଷଣ ମିଳିଥିଲା ।

ଫଳରେ ଠିକାଦାର ଉକ୍ତ କୋଠା କାର୍ଯ୍ୟ ତ୍ୱରାନ୍ୱିତ କରି ଛାତ ପର୍ଯ୍ୟନ୍ତ ର ବିଲ ଉଠାଇ ନେଇଯାଇଛନ୍ତି । ବର୍ତ୍ତମାନ ଉକ୍ତ କୋଠା କାର୍ଯ୍ୟ ର ପ୍ରତ୍ୟେକ ସ୍ଥାନରେ ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ସେହି କୋଠା ର ଭିତିପ୍ରସ୍ତର ରେ ଲଗା ଯାଇଥିବା ପଥର ସବୁ ଆପେ ଆପେ ଖସି କୋଠା ଦବିଯାଇଛି ।ଏ ସମ୍ପର୍କରେ ଠିକାଦାର ଙ୍କୁ ଫୋନ ରେ ସମ୍ପର୍କ ହେଇପାରି ନ ଥିବା ବେଳେ କାଶୀପୁର କୃଷି ବିଭାଗୀୟ ଅଧିକାରୀ ଆଜି କାର୍ଯ୍ୟଳୟ ରେ ଅନୁପସ୍ଥିତ କାରଣ ରୁ ପ୍ରତିକ୍ରିୟା ମିଳିପାରିନାହିଁ । ବାରମ୍ବାର ବୁଦ୍ଧିଜୀବୀ ମହଲରେ ତାଗିତ ସତ୍ପେ ଏଭଳି ନିନ୍ମୋମାନର କାର୍ଯ୍ୟ ଦୁର୍ଭାଗ୍ୟଜନକ ହେଇଥିବାବେଳେ ଉକ୍ତ କାର୍ଯ୍ୟ କୁ ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ସାଧାରଣରେ ଦାବି ହେଉଛି ।