ମୁନିଗୁଡା : (ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଅମ୍ବାଦଳା ଓ ଇଛାପୁର ପଞ୍ଚାୟତର ପୁରୁଣାପାଣି, ମାଳିଗା, ଡେଡିଙ୍ଗସୁରୁ, ବାମନଦେଓ ଓ କାର୍କାମାର୍କା ଅଞ୍ଚଳରରେ ଏକ ୨୨ଟିକିଆ ହାତିପଲ ବୁଲୁଥିବା ଦେଖିବାକୁ ମିଳିଛି । ଏହି ହାତିପଲରେ ୨ଟି ଦନ୍ତା, ୧୩ଟି ମାଇହାତୀ ଓ ୭ଟି ହାତୀଛୁଆ ଥିବା ବନବିଭାଗ ତରଫରୁ ସୁଚନା ମିଳିଛି ।

ଏହି ହାତୀପଲ ୬ଦିନ ହେବ କଳାହାଣ୍ଡି ଜିଲ୍ଲା ଜଙ୍ଗଲରୁ ଆସି ରାୟଗଡା ଜିଲ୍ଲାର ଜଙ୍ଗଲକୁ ଆସିଛନ୍ତି। ଏହି ହାତିମାନେ ଜଙ୍ଗଲରେ ଆମ୍ବ ଖାଉଥିବା ବେଳେ ବର୍ତମାନ ସୁଦ୍ଧା କାହାର କ୍ଷୟକ୍ଷତି କରିନଥିଲେ ମଧ୍ୟ ସ୍ଥାନୀୟ ଲୋକେ ଆତଙ୍କୀତ ଅଛନ୍ତି । ବନବିଭାଗ ତରଫରୁ ଏହି ହାତୀପଲ ଉପରେ କଡା ନଜର ରଖାଯାଇଥିବା ଜଣାପଡିଛି ।