ହରଭଙ୍ଗା : (ଚିତ୍ତରଞ୍ଜନସିଂ). ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ହରଭଙ୍ଗା ବ୍ଲକ ର ବିଭିନ୍ନ ପଞ୍ଚାୟତରେ ବିଜେଡି ର ରୋଡ଼ ସୋ ମାରାଥନl ପ୍ରଚାର ରବିବାର ଦିନ ଦେଖିବାକୁ ମିଳିଛି l ସକାଳ 8ରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଡ଼. ଅଚ୍ୟୁତ ସାମନ୍ତ ଓ ବୌଦ୍ଧ ବିଧାନସଭା ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଦଳୀୟ କର୍ମୀ ଙ୍କ ସହିତ ଚାରିଛକ (ଠିଡିକା ଜୋର )ସ୍ଥିତି ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କରି ରୋଡ଼ ସୋ ମାରାଥନl ପ୍ରଚାର ଆରମ୍ଭ କରିଥିଲେ l

ଚାରିଛକ ଠାରୁ ଉକ୍ତ ରୋଡ଼ ସୋ ପ୍ରଚାର ଆରମ୍ଭ କରି ଅlଡ଼େଣି ଗଡ଼, ତଳଗାଁ, ମହାଲିକ ପଡା, , ଛତ୍ରଙ୍ଗ, ହରଭଙ୍ଗା, ସଂକୁଲୋଇ, କରଞ୍ଜ କଟା, ବାଣିଭୂଷଣପୁର, ପୁରୁଣାକଟକ, ତିଲେଶ୍ୱର, ରାମଗଡ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ନବୀନ ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକ ର ପ୍ରଚାର କରି ଦଳୀୟ କର୍ମୀ ଓ ଭୋଟର ଙ୍କ ସହ ଆଲୋଚନା କରି ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେଇ ବିଜେତା କରି ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ସୁଦୃଢ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ lଉକ୍ତ ପ୍ରଚାର କାର୍ଯ୍ୟକ୍ରମ ରେ ବିଜେଡି ର ବରିଷ୍ଠ ନେତା ବିଶ୍ୱଜିତ ମିଶ୍ର, ବିଶ୍ୱଜିତ ପ୍ରଧାନ, ରବି ପ୍ରଧାନ, ଅଶୋକ ସେଠି, ସୁବୋଧ ପ୍ରଧାନ ଙ୍କ ସମେତ ବହୁ କର୍ମୀ ସାମିଲ ଥିଲେ l