ଧର୍ମଗଡ଼ ତା ୯/୫(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ରୋଡ଼ ସୋ ଓ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିବାକୁ ଲୋକ ସଭା ପ୍ରାର୍ଥୀନୀ ମାଲଵିକା ଦେଓ ଓ ଧର୍ମଗଡ ବିଧାନସଭା ନିର୍ବାଚନୀ ମଣ୍ଡଳୀ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଷୀ ଧର୍ମଗଡ଼ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ।

ଏହି ରୋଡ଼ ସୋ ଓ ପଥପ୍ରାନ୍ତ ସଭା ରେ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, କେନ୍ଦ୍ରୀୟ ସଦସ୍ୟ ଧନଞ୍ଜୟ ପାତ୍ର, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ବରିଷ୍ଠ ନେତା ତଥା ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଧର୍ମଗଡ଼ ନଗର ପ୍ରଭାରୀ ଶିଶୁ ଦେଵ ମୁଣ୍ଡ, ସମାଜ ସେବୀ ଘନଶ୍ୟାମ ଅଗ୍ରୱାଲ, ଧର୍ମଗଡ଼ ନିର୍ବାଚନ ପ୍ରଭାରୀ ସତ୍ୟ ଵେହେରା ନିର୍ବାଚନ ସଂଯୋଜକ ମନିନ୍ଦ୍ର ଭୁଷଣ ପାତ୍ର ପୂର୍ବତନ ସରପଞ୍ଚ ଧନିନ୍ଦ୍ର ନାଏକ ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ,

କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ, ବଲାଙ୍ଗୀର ଜିଲ୍ଲାର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ନଗର ସଭାପତି ହରେକୃଷ୍ଣ ପଣ୍ଡା, ଖଇରପଦର ମଣ୍ଡଳ ସଭାପତି ଜୟ ଶଙ୍କର ମୁଣ୍ଡ, ଟିପିଗୁଡା ମଣ୍ଡଳ ସଭାପତି ଵିଭୁଦତ୍ତ ପ୍ରଧାନୀ, ପର୍ଲା ମଣ୍ଡଳ ସଭାପତି ପରାଶର ସା, ଖଇରପଦର ମଣ୍ଡଳ ପ୍ରଭାରୀ ଟିକେ ମଣି ସା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଳ, ଓଡ଼ିଆ ସିନେମା ତାରକା ସନ୍ତୋଷ ଦାସ,ରାଜ ଲକ୍ଷ୍ମୀ ଦାସ, ଅନ୍ୟାନ୍ୟ ଅନୁଭୂତି ଭୂତି ସମେତ ଵହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।