ହରଭଙ୍ଗା (ଚିତ୍ତରଞ୍ଜନସିଂ)ଆସନ୍ତା ୨୦ ତାରିଖ ରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏଥିରେ ଯାଉଛି ବୌଦ୍ଧ ନିର୍ବାଚନ ମଣ୍ଡଳୀ। ଆଉ ମାତ୍ର ୧୦  ଦିନର ବ୍ୟବଧାନ। କିନ୍ତୁ ଏପଟେ ଭୋଟର ନିରବ ଓ ନିର୍ବାଚନୀ ପ୍ରଚାର ମଧ୍ୟ ଧିମା।ତେବେ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ ବର୍ତମାନ ଚର୍ଚ୍ଚା ଜୋର ଧରିଛି।

ତିନି ପ୍ରମୁଖ ଦଳ ର ପ୍ରାର୍ଥୀ ଯଥା କଂଗ୍ରେସ ରୁ ନବ କୁମାର ମିଶ୍ର, ବିଜେପି ରୁ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଓ ବିଜେଡି ରୁ ଲାଗତର ଭାବେ ପାଞ୍ଚ ଥର ବିଜୟୀ ହୋଇଥିବା ପ୍ରଦୀପ କୁମାର ଅମାତ ଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ଏଥର କିନ୍ତୁ ନିର୍ଣ୍ଣାୟକ ଭୂମିକା ରେ ବୌଦ୍ଧ ଏନ ଏ ସି ଭୋଟର ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ହରଭଙ୍ଗା ବ୍ଲକ ର ୨୨  ଗୋଟି ପଞ୍ଚାୟତ ର ଭୋଟର ସଂଖ୍ୟା ୯୫୮୦୨  ହୋଇଥିବା ବେଳେ ବୌଦ୍ଧ ବ୍ଲକ ର୧୧ ଗୋଟି ପଞ୍ଚାୟତ ଓ ଗୋଟିଏ ଏନ ଏ ସି ର ଭୋଟର ସଂଖ୍ୟା ରହିଛି ୬୯୦୫୨ । ସେଥି ମଧ୍ୟରୁ କେବଳ ଏନ ଏ ସି ର ଭୋଟର ସଂଖ୍ୟା ରହିଛି ୧୫୨୦୦ ।

ହରଭଙ୍ଗା ବ୍ଲକ ର ବର୍ତ୍ତମାନ ର ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ ବିଜେପି ଦଳ ରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଏବଂ ମୋଦି ସରକାର ଙ୍କ ବିକାଶ ର ଧାରା ନେଇ ଭୋଟର ମାନଙ୍କ ପାଖକୁ ଯାଉଥିବା ବେଳେ ଅନ୍ୟପଟେ ଗାଁ ଠୁ ସହର ପର୍ଯ୍ୟନ୍ତ, ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ନବୀନ ପଟନାୟକ ଙ୍କ ଯୋଜନା ର ବିକାଶ ଧାରା କୁ ନେଇ ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ। ଏବଂ ଅନ୍ୟ ପଟେ ଦେଖିବାକୁ ଗଲେ ଗ୍ୟାରେଣ୍ଟି ସହ ବିକାଶ ର ଧାରା କୁ ଶୀର୍ଷ ରେ ପହଞ୍ଚେଇବା କଥା କହି ଭୋଟ ଭିକ୍ଷା କରୁଛନ୍ତି କଂଗ୍ରେସ ର ପ୍ରାର୍ଥୀ ନବ କୁମାର ମିଶ୍ର।ହରଭଙ୍ଗା ବ୍ଲକ ଅଧକ୍ଷ ପଦ ବିଜେପି ହାତେଇଥିବା ଯୋଗୁଁ କର୍ମୀ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି। ଏପଟେ କିନ୍ତୁ କଂଗ୍ରେସ ପ୍ରାର୍ଥୀ ନବ ମିଶ୍ର ଙ୍କ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ଉଭୟ ବିଜେଡି ଓ ବିଜେପି ଦଳ କୁ ଅଡ଼ୁଆରେ ପକେଇଦେଇଛି।

ବିଗତ ନିର୍ବାଚନ ରେ ଦେଖିବାକୁ ଗଲେ ବିଜେଡି ର ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ ଉଭୟ ବିଜେପି ଓ କଂଗ୍ରେସ କୁ ପଛରେ ପକେଇ ଲଗାତାର ପାଞ୍ଚ ପାଞ୍ଚ ଥର ବୌଦ୍ଧ ନିର୍ବାଚନ ମଣ୍ଡଳୀ ରୁ ଜିତି ବିଧାନସଭା କୁ ଯାଇଛନ୍ତି।ତେବେ ବର୍ତମାନ ର ପାଣିପାଗ କୁ ଦେଖିବାକୁ ଗଲେ ହରଭଙ୍ଗା ବ୍ଲକ ରେ ବିଜେଡି ଓ ବିଜେପି ଦଳ ମଧ୍ୟରେ କଡ଼ା ଟକ୍କର ହବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ତେବେ ବୌଦ୍ଧ ଏନ ଏ ସି ର ଭୋଟର ଯେଉଁ ଦଳ କୁ ଆଶୀର୍ବାଦ କରିବ ସେ ହିଁ ବିଜୟର ମୁକୁଟ ପିନ୍ଧିବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।