ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଅଜିତ କୁମାର ପୁଜାହାରୀସୁବର୍ଣ୍ଣପୁରର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ l ବୀରମହାରାଜପୁର ସହରର ଜଗନ୍ନାଥ ମନ୍ଦିର ଠାରୁ ହଜାର ହଜାର ସମର୍ଥକଙ୍କ ସହିତ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ l

ଏହି ଶୋଭାଯାତ୍ରା କରିବା ପରେ ବୀରମହାରାଜପୁର ଉପ – ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ପହଞ୍ଚି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷ ଙ୍କ ଜନ କଲ୍ୟାଣକାରି ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବେ ଓ ଭୋଟ ମାଗିବେ ବୋଲି କହିଛନ୍ତି l ମୁଖ୍ୟମନ୍ତ୍ରୀ ଚତୁର୍ଥ ଥର ପାଇଁ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ବିଧାୟକ ପ୍ରାର୍ଥୀ ଓ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ପ୍ରିୟା ବେହେରା l